ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

add-all

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଉତ୍କଳ ସମ୍ମିଳନ ମିଳିତ ଆନୁକୂଲ୍ୟରେ ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ବିଭାଗ କକ୍ଷରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜନ୍ମଦିବସ ପାଳିତ ହୋଇଛି l ଏହି ସଭାକୁ ବିଭାଗ ମୁଖ୍ୟ ତପନ କୁମାର ବେହେରାଙ୍କ ସଭାପତିତ୍ୱରେ ପାଳିତ ହୋଇଅଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ମାଲକାନଗିରି ମହାବିଦ୍ୟାଳୟ ଯୋଗଦାନ କରି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟ, କୀଚକ ବଧ ଆଜିର ଦିବସରେ ଜୀବନ୍ତ ହୋଇଥିବା ମନେ ପକାଇଥିଲେ l ମୁଖ୍ୟ ବକ୍ତା ରୂପେ ଉତ୍କଳ ସମ୍ମିଳନୀ ସଭାପତି ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦେଇ ପ୍ରଣୟ ବଲ୍ଲରୀ, ମଧୁମୟ, ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, ଅର୍ଘ୍ୟ ଥାଳି, କବିତା କଲ୍ଲୋଳ କାବ୍ୟମାନଙ୍କୁ ପ୍ରତ୍ୟେକ ଓଡ଼ିଆ ଛାତ୍ରଛାତ୍ରୀ ହୃଦୟର ସହିତ ପଠନ କରିବା ପାଇଁ ପରାମର୍ଶ ଦେଇଥିଲେ l ଅଧ୍ୟାପକ ଟୁକୁନା ପ୍ରସାଦ ଭୋଡୁ ମଞ୍ଚ ପରିଚାଳନା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ସଭା ଆରମ୍ଭରେ ଗଙ୍ଗାଧର ମେହେରଙ୍କ ଫୋଟୋ ଚିତ୍ରରେ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା l ବିଭାଗ ତରଫରୁ ଓଡ଼ିଆ ଅସ୍ମିତା ଉତ୍କଳ ପ୍ରସଙ୍ଗ ବହି ୬୦ ଜଣ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନନ୍ତ ୱାଞ୍ଜାମୀ, ପ୍ରତାପ ହେପ୍ରିକା, ରାମଚନ୍ଦ୍ର ତାତି, ଜୟରାମ ପୁଜାରୀ ଓ ବର୍ଷା ବଚ୍ଚନିକା ବିଜୟଲକ୍ଷ୍ମୀ ବଳ ସହଯୋଗ କରିଥିଲେ l ସଭା ଶେଷରେ ଓଡ଼ିଆ ଅଧ୍ୟାପିକା ଲକ୍ଷ୍ମୀ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.