‘ହର ଘର ତ୍ରିରଙ୍ଗା’ ଜାତୀୟତା ବାର୍ତ୍ତା ଦେଲେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ

add-all

ଚିକିଟୀ : ୭୮ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସଭିଙ୍କ ଘର ଉପରେ ଗର୍ବର ସହିତ ଜାତୀୟ ପତାକା ଫରଫର ହୋଇ ଉଡିବ, ‘ହର ଘର ତ୍ରିରଙ୍ଗା’, ‘ହର ମନ ତ୍ରିରଙ୍ଗା’ ରେ ସମଗ୍ର ଗ୍ରାମ ରଙ୍ଗୀନ ଭାବେ ସଜାଇ ହେବ , ଏହି ଦୃଶ୍ୟ ସାରା ଦେଶ ଦେଖିବ ଏବଂ ସମଗ୍ର ବିଶ୍ୱ ଦେଖି ଚକିତ ହେବ । ଏହି ଭାବନାରେ ଚିକିଟୀ ବ୍ଲକ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଡାଲପଲଙ୍କର ପିଲାମାନେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ଅରୁଣ କୁମାର ଜାନୀଙ୍କ ଗହଣରେ ଗ୍ରାମର ପ୍ରତି ଗଳି ବୁଲି ଲୋକଙ୍କୁ ନିଜ ନିଜର ଘରଉପରେ ଜାତୀୟ ପତାକା ଉଡାଇବା ପାଇଁ ଅନୁରୋଧ କରିବା ସହିତ ବିଦ୍ୟାଳୟରେ ପାଳନ ହେବାକୁ ଯାଉଥିବା ଜାତୀୟ ଉତ୍ସବକୁ ନିମନ୍ତ୍ରଣ କରିଥିଲେ । ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମାଙ୍କ ଦ୍ଵାରା ଆୟୋଜିତ ଏପରି କାର୍ଯ୍ୟକ୍ରମକୁ ସମସ୍ତ ଗ୍ରାମବସୀ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି ।

ad-week
Leave A Reply

Your email address will not be published.