ଭୁଲ ସ୍ୱୀକାର କଲେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର

add-all

ନିଜର ଭୁଲ ସ୍ୱୀକାର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଅଜିତ ପାୱାର ତାଙ୍କ ଦାଦା ଝିଅ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ପତ୍ନୀ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ କରିଥିଲେ। ଭଉଣୀଙ୍କ ବିରୋଧୀଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଭୁଲ ନିଷ୍ପତ୍ତି ଥିଲା ବୋଲି ବୋଲି ଅଜିତ ପାୱାର କହିଛନ୍ତି।

ବର୍ତ୍ତମାନ ଅଜିତ ପାୱାର ମହାରାଷ୍ଟ୍ରରେ ଜନ ସମାନ ଯାତ୍ରା କରୁଛି। ଏହି ସମୟରେ ସେ ଗୋଟିଏ ମରାଠୀ ନ୍ୟୁଜ ଚ୍ୟାନେଲ ଆଗରେ ନିଜର ଭୁଲ ସ୍ୱୀକାର କରିଛନ୍ତି। ଏଥିସହ ଘର ଭିତରେ ରାଜନୀତି ପ୍ରବେଶ କରିବାକୁ କେହି ବି ଅନୁମତି ଦେବା ଠିକ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

ମହାରାଷ୍ଟ୍ର ବାରାମତୀରେ ସୁପ୍ରିୟା ସୁଲେ ଓ ସୁନେତ୍ରାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ସୁପ୍ରିୟା ବିଜୟୀ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସୁନେତ୍ରାଙ୍କୁ ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟସଭାକୁ ପଠାଇଛି।

ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଓ ଏନସିପିର ଅନେକ ବିଧାୟକ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଫଳରେ ଏନସିପି ଦୁଇ ଭାଗ ହୋଇଯାଇଥିଲା। ନିର୍ବାଚନ କମିଶନ ଅଜିତ ପାୱାରଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଏନସିପି ମାନ୍ୟତା ଦେଇଥିଲେ।

ବିଜେପି ସହ ମିଶି ଅଜିତ ପାୱାରଙ୍କ ଏନସିପି ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଦଳକୁ ଆଖି ଦୃଶିଆ ସଫଳତା ମିଳି ନଥିଲା। ଅଜିତ ପାୱାର ଏବେ କହିଛନ୍ତି, “ମୁଁ ମୋ ଭଉଣୀମାନଙ୍କୁ ବହୁତ ଭଲ ପାଏ। କେହି ବି ରାଜନୀତି ଘର ଭିତରେ ପ୍ରବେଶ କରୁ ବୋଲି ଅନୁମତି ଦେବା କଥା ନୁହେଁ।

ମୋ ଭଉଣୀ ବିରୋଧରେ ସୁନେତ୍ରାଙ୍କୁ ପ୍ରାର୍ଥୀ କରି ମୁଁ ଭୁଲ କରିଛି। ଏମିତି ହେବାର ନଥିଲା। କିନ୍ତୁ ଏନସିପିର ସଂସଦୀୟ ବୋର୍ଡ ଏଭଳି ନିଷ୍ପତ୍ତି ନେଇଥିଲା। ଏବେ ମୁଁ ଭାବୁଛି ଏହା ଭୁଲ ଥିଲା।”

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ସୁପ୍ରିୟାଙ୍କ ପାଖକୁ ଅଜିତ ଯିବେ କି ପ୍ରଶ୍ନରେ ସେ କହିଛନ୍ତି ଯେ ବର୍ତ୍ତମାନ ଯାତ୍ରା ଚାଲିଛି। ଯଦି ସେ ଓ ତାଙ୍କ ଭଉଣୀ ସେଦିନ ଗୋଟିଏ ସ୍ଥାନରେ ରହିବେ, ତା’ହେଲେ ସେ ନିଶ୍ଚିତ ତାଙ୍କୁ ଦେଖା କରିବେ।

ad-week
Leave A Reply

Your email address will not be published.