ଫୁଲବାଣୀ ଓକିଲ ସଂଘ ପକ୍ଷରୁ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ…

add-all

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା l ଏହି ଅବସରରେ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ନିରୋଦ କୁମାର ପାତ୍ର ପୁରୁଣା ବାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା ଆଣିବାରେ ଯେଉଁ ମହାପୁରୁଷ ମାନେ କନ୍ଧମାଳ ଜିଲ୍ଲାରୁ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କ ଗୁଣ ଆଦର୍ଶ ବିଷୟରେ ବକ୍ତବ୍ୟ ରଖିଥିଲେ l ସେହିପରି ଜୁଡିସିଆଲ କାର୍ଯ୍ୟାଳୟ ରେ ମଧ୍ଯ ଜିଲ୍ଲା ଦୌରାଜଜ୍ ସତ୍ୟ ପିର ମିଶ୍ରଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀ,ଉପ ସଭାପତି ହର ପ୍ରସାଦ ସାମନ୍ତ, ସହ ସମ୍ପାଦକ ସୁଶାନ୍ତ ସାହୁ,ବରିଷ୍ଠ ଆଇନଜୀବୀ ମାନଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ଯ ଓ ଜୁଡିସିଆଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.