ଡାକ୍ତରୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦାକରି ଛତ୍ରପୁର ଡ଼ାକ୍ତରଙ୍କ କଳାବ୍ୟାଜ୍ ପରିଧାନ !

add-all

ଛତ୍ରପୁର : ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟର କଲିକତା ଆର.ଜି. କର ମେଡ଼ିକାଲ କଲେଜ ପରିସରରେ ମେଡ଼ିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା କରାଯାଇଛି । ଏହି ଘଟଣାକୁ ସାରା ଦେଶରେ ଡାକ୍ତରୀସଂଘ ପକ୍ଷରୁ ପ୍ରତିବାଦ କରି ଆସୁଥିବା ବେଳେ ଶନିବାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କହିଛନ୍ତି । ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ମହିଳା ଡାକ୍ତରୀଙ୍କୁ ନ୍ୟାୟ ମିଳିବା ଏବଂ ଭାରତ ସରକାରଙ୍କ ଅଧିନରେ ନିୟୋଜିତ ସମସ୍ତ ଡାକ୍ତରୀ ଛାତ୍ର ଓ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିବାଦ କରିଛନ୍ତି l ଏହି ପ୍ରତିବାଦ କରିବା ସମୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ନିୟୋଜିତ ଡ଼ା.ସୁଦର୍ଶନ ସାହୁ, ଡ଼ା. ଅଲେଖ ପ୍ରଧାନ, ଡ଼ା. ନିକୁଞ୍ଜ ବିହାରୀ ଦାସ, ଡ଼ା. ମୋହନ ବାରିକ୍, ଡ଼ା. ବିରେନ୍ଦ୍ର କିଶୋର ନାୟକ, ଡ଼ା. ଚନ୍ଦନ ରଥ, ଡ଼ା. ବିବେକ କୁମାର, ଡ଼ା. ମଧୁଛନ୍ଦା ପଣ୍ଡା, ଡ଼ା. ସୁଚରିତା ସାହୁ ପ୍ରମୁଖ ଉକ୍ତ ପ୍ରତିବାଦ ସଭାରେ ଉପସ୍ଥିତ ରହି ଡ଼ାକ୍ତର ଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ସରକାରଙ୍କ ଠାରେ ଦାବୀ କରିଛନ୍ତି ।।

ad-week
Leave A Reply

Your email address will not be published.