କଲିକତାରେ ମେଡିକାଲ କଲେଜର ଜଣେ ଛାତ୍ରୀଙ୍କୁ ବଳତ୍କାର ଓ ହତ୍ୟା ଘଟଣାକୁ ନେଇ ଡାକ୍ତରଙ୍କ ପ୍ରତିବାଦ

add-all

ମାଲକାନଗିରି, ୧୭।୮ : କଲିକାତାର ରାଧାଗୋବିନ୍ଦ କର (ଆରଜି କର) ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହୋଇଛି। ଭାରତୀୟ ମେଡିକାଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନ୍ୟାୟ ଦାବିରେ ଆନ୍ଦୋଳନ କରିବାକୁ ଅଣ୍ଟାଭିଡ଼ିଛି। ତେବେ ଏହି କ୍ରମରେ ମାଲକାନଗିରିରେ ମଧ୍ୟ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଛି, ଜିଲା ମୁଖ୍ୟ ଚିକତ୍ସାଲୟରେ କାର୍ଯ୍ୟରତ ଡାକ୍ତର ମାନେ ଏହି ଘଟଣାକୁ ନିନ୍ଦା କରି କଳା ବ୍ୟଚ ଲଗାଇ ପ୍ରତିବାଦ କରିଛନ୍ତି। ଆଜିଠୁ ୨୪ ଘଣ୍ଟିଆ ସେବା ବନ୍ଦ କରି ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି। କେବଳ ଜରୁରୀକାଳୀନ ସେବାକୁ ବାଦ୍‌ ଦେଇ ଅନ୍ୟ ସବୁ କାର୍ଯ୍ୟ (ରୁଟିନ୍‌ ୱାର୍କ) ବନ୍ଦ ରହିବ ବୋଲି ଜଣାପଡ଼ିଛି। ଆଜି ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଡାକ୍ତର ମାନେ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଘଟଣାକୁ ନିନ୍ଦା କରି ସରକାର ଏଦିଗରେ ତ୍ଵରିତ ପଦକ୍ଷେପ ନେଇ ଦୋଷୀଙ୍କ ବିରୋଧର ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଡାକ୍ତର ମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଓମ୍‌ସା ମଧ୍ୟ ଏହି ଘଟଣାକୁ ନେଇ ପୂର୍ବରୁ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଥିବା ବେଳେ ଆଜି ସନ୍ଧ୍ୟାରେ ମହମବତି ଜାଳି ପ୍ରତିବାଦ କରିବ ବୋଲି ଜଣା ପଡିଛି।

ad-week
Leave A Reply

Your email address will not be published.