ବନଜ୍ୟୋସ୍ନା ସାହିତ୍ୟ ସଂସଦର ଆଗାମୀ ଗୁରୁଦିବସ ପାଇଁ ପ୍ରସ୍ତୁତି ବୈଠକ : ସମ୍ବର୍ଦ୍ଧିତ ହେବେ ଜିଲ୍ଲାର କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଗାମୀ ସେପ୍ଟେମ୍ବର ୫ ତାରିଖ (ଗୁରୁବାର) ଅପରାହ୍ନରେ ଜିଲ୍ଲା ସ୍ତରୀୟ ଗୁରୁ ପୂଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫ବର୍ଷ ହେଲା କେନ୍ଦ୍ର,ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଶିକ୍ଷକ ପୁରସ୍କାର ବନ୍ଦ ରହିଥିବା ବେଳେ, ଚଳିତ ବର୍ଷ ଠାରୁ ବନଜ୍ୟୋସ୍ନା ସାହିତ୍ୟ ସଂସଦ,ଫୁଲବାଣୀ ତରଫରୁ ଶିକ୍ଷକ ମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟରତ ୩୦ ଜଣ ଶିକ୍ଷକ ଏବଂ ଶିକ୍ଷିକାଙ୍କୁ ଆଗାମୀ ଗୁରୁ ଦିବସରେ ସମ୍ବର୍ଦ୍ଧିତ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଜିଲ୍ଲାର ୧୨ ଟି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ।

ଏହି ପୁରସ୍କାର ପାଇଁ କେବଳ କନ୍ଧମାଳ ଜିଲ୍ଲାର ୧୨ ଜଣ ପ୍ରାଥମିକ,୧୨ ଜଣ ଉଚ୍ଚ ଇଂରାଜୀ,୬ଜଣ ଜିଲ୍ଲାମଙ୍ଗଳ ବିଭାଗ ସ୍ତରୀୟ ଶିକ୍ଷକଙ୍କୁ ସେମାନଙ୍କ ଶିକ୍ଷା ଦାନ, କର୍ତ୍ତବ୍ୟନିଷ୍ଠ ଓ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନ କରାଯିବ । ଏହି ପ୍ରସଙ୍ଗକୁ ନେଇ ଜିଲାର ସମସ୍ତ ବି.ଇ.ଓ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉତ୍ତମ ଶିକ୍ଷକ,ଶିକ୍ଷିକା ମାନଙ୍କ ନାମ ଚୟନ କରି ଆଗାମୀ ୨୫.୮.୨୪ ମଧ୍ୟରେ ଦେବାପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ସେମାନଙ୍କ ଚୟନକୁ ନେଇ ଅନୁଷ୍ଠାନ ତରଫରୁ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିମନ୍ତ୍ରଣ କରାଯିବ। ଯଦି ଉପରୋକ୍ତ ପର୍ଯ୍ୟାୟର କୈାଣସି ଶିକ୍ଷକ,ଶିକ୍ଷିକା ସିଧା ଆବେଦନ କରିବାକୁ ଚାହିଁ ବେ ସେମାନେ ମଧ୍ୟ ୨୫.୮.୨୪ ମଧ୍ୟରେ ନିଜସ୍ୱ ବିବରଣୀ ଓ ଫଟୋ ହ୍ୱାଟ୍ସ ଆପ ନମ୍ବର ୯୪୩୮୩୬୪୩୨୩ ରେ ଆବେଦନ କରିପାରିବେ । କିନ୍ତୁ ସେମାନଙ୍କ ବିଦ୍ୟାଳୟ ର ପଦସ୍ଥ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା ତଥା ସମ୍ମତି ପରେ ସେମାନଙ୍କୁ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯିବ । ପୁରସ୍କାର ଗୁଡିକ ନିର୍ବିବାଦୀୟ କରିବା ପାଇଁ ବିଭିନ୍ନ ଚୟନ କମିଟି ମଧ୍ୟ କରାଯାଇଛି । ବୈଠକରେ ସଂସଦର ଉପ ସଭାପତି ଶରତଚନ୍ଦ୍ର ମହାନ୍ତିଙ୍କ ସମେତ ଶ୍ରୀମତୀ ସୁନିତୀ ଆଚାରୀ, ବିରାଜିନୀ ମହାପାତ୍ର , ରୁପାମ୍ବିକା ତ୍ରିପାଠୀ,ସୁଶ୍ରୀ ମୁସ୍କାନ,ସୋମନାଥ ସାହୁ ଅଂଶ ଗ୍ରହଣ କରିବା ସହ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ବୈଠକ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.