ସୀମା ସୁରକ୍ଷାବଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ.ଭି ୩ ସ୍ଥିତ ସୀମା ସୁରକ୍ଷାବଳ ଶିବିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୀମା ସୁରକ୍ଷା ବଳର ଉପ ନିରୀକ୍ଷକ ବିଜୟ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହାପୁଣ୍ୟ ଓ ରକ୍ତର ବିକଳ୍ପ କେବଳ ଏକ ମଣିଷ ହିଁ ପୁରଣ କରିବ ବୋଲି ମତଦାନ କରିଥିଲେ।ଭକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଏମ୍. ପ୍ରସାଦ, କମାଣ୍ଡାଣ୍ଟ, ବରୁଣେନ୍ଦ୍ର ପ୍ରତାପ ସିଂହ, କମାଣ୍ଡାଣ୍ଟ, ଯଶଞ୍ଵନ୍ଦିର ସିଂହ, ଡେପୁଟୀ କମାଣ୍ଡାଣ୍ଟା, ଡାକ୍ତର ଏଚ. ଡ଼ି.ସିଂହ,ଏ.ସି.ଆଇ.ଏମ. ଓ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରକୁ ଶୁଭକାନ୍ତ ମହାପାତ୍ର, ଡେପୁଟୀ କମାଣ୍ଡାଣ୍ଟ ପରିଚାଳନା କରିଥିଲେ।

ସମ୍ମାନୀତ ଅତିଥିଭାବେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ ଓ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସାଗର ବାଲା ଯୋଗଦାନ କରି ରକ୍ତଦାନର ମହତ୍ତ୍ୱ ଓ ଲକ୍ଷଣ ବିଷୟରେ ମତଦାନ କରିଥିଲେ।ଏହି ଅବସରରେ ୨୨ ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତ୍ରିନାଥ ଚରଣ ପଣ୍ଡା, ସୁଜଲରାୟ, ମୋହନଖେମୁଣ୍ଡୁ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ। ସୀମା ସୁରକ୍ଷାବଳ ସୀମା ସୁରକ୍ଷା ବ୍ୟତୀତ ରକ୍ତଦାନ, ବୃକ୍ଷ ରୋପଣ, ଗରୀବଙ୍କୁ ସାହାଯ୍ୟ ପ୍ରଦାନ ଓ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରି ଜିଲ୍ଲାରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। କାର୍ଯ୍ୟକ୍ରମ ପରିଶେଷରେ ରେଡ଼କ୍ରସର ଆବାହକ ଡଃ ରଞ୍ଜନ କୁମାର ସ୍ୱାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.