ଏସ୍‌ୟୁଜେର ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

add-all

କେନ୍ଦ୍ରାପଡା : ଲଗାଣ ବର୍ଷା ସତ୍ବେ ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାମାନଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏସୟୁଜେର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସମ୍ମାନିତ ଅତିଥିଭାବେ ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ମୁଖପାତ୍ର ତେଜେଶ୍ଵର ପରିଡ଼ା ଓ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ସରିତା ସାହୁ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। “ଗଣତନ୍ତ୍ରରେ ଗଣମାଧ୍ୟମର ବିଶ୍ୱସନୀୟତା” ଶୀର୍ଷକ ଆଲୋଚନା ଚକ୍ରରେ ଉପରୋକ୍ତ ଅତିଥିମାନେ ବକ୍ତବ୍ୟ ରଖିଥିଲେ |


ମଂଚାସୀନ ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି (ହାପି) ଏସୟୁଜେ ଓଡ଼ିଶା ସଂଗଠନ ଗଠନ,ଏହାର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଶାଖା ସଭାପତି ଦୈତ୍ୟାରି ଜେନା ସ୍ଵାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ଉପସଭାପତି ଅସିତ କୁମାର ପଣ୍ଡା ଜିଲ୍ଲାର ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଇଶ୍ଵର ପୃଷ୍ଟି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


ପ୍ରତିକୂଳ ପାଗ ସତ୍ବେ ୧୩ ଟି ଜିଲ୍ଲା ରୁ ୩୫୦ ରୁ ଉର୍ଦ୍ଧ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ଏସୟୁଜେ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ରାଜ୍ୟ ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ, ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ,ଧ୍ରୁବ ଚରଣ ବାରିକ, ଜାତୀୟ ସାମ୍ବାଦିକ ୟୁନିୟନର ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ, ରାଜ୍ୟ ସଂଗଠନର ସହଯୋଗୀ ସଂଗଠନ ସମ୍ପାଦକ ଟୁନା ଜେନା ଙ୍କ ସମେତ ଅନେକ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଜିଲ୍ଲା ଶାଖା କର୍ମକର୍ତ୍ତା ଏବଂ ବରିଷ୍ଠ ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ ।

ଅନ୍ୟପକ୍ଷରେ ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ମାତ୍ର ୨ ସପ୍ତାହ ମଧ୍ୟରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଜିଲ୍ଲାର ବରିଷ୍ଠ ସଭ୍ୟ ତଥା ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ଏବଂ ଜିଲ୍ଲା କର୍ମକର୍ତ୍ତା, ସମସ୍ତ ସଭ୍ୟ, ବ୍ଲକ ଆବାହକମାନଙ୍କ ଯୋଗଦାନକୁ ସମସ୍ତେ ପ୍ରଶଂସା କରିଥିଲେ |

ad-week
Leave A Reply

Your email address will not be published.