ଆଳୁକୁ ତାଳ ଦେଇ ପିଆଜ ଆଣିଲା ଖାଉଟି ଆଖିର ଲୁହ …!

ନିଘୋଡ଼ ନିଦରେ ଜିଲ୍ଲା ପ୍ରଶାସନ..!!

add-all

ବ୍ରହ୍ମପୁର: ୧୯-୮ ଆଜି ଶ୍ରାବଣ ମାସ ର ଶେଷ ସୋମବାର ହେଲେ ଆସନ୍ତା କାଲି ଠାରୁ ଆମିଷ ବଜାର ରେ ଭିଡ଼ ଜମିବ। ଆଜି ଠାରୁ ପିଆଜ ଦର ବୃଦ୍ଧି ଘଟିଛି। ବଜାର ରେ ପିଆଜ ଦର ୫୦ ଟଙ୍କା ରେ ବିଭିନ୍ନ ସ୍ଥାନରେ ବିକ୍ରି ଆରମ୍ଭ ହେଲାଣି। ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେଲା ଆଳୁ ଦର ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ବି ଆଳୁ ଦରରେ ସୁଧାର ଆସିନାହିଁ। ଏବେ ପୁଣି ପିଆଜ ଦର ବୃଦ୍ଧି ହେବା ଫଳରେ ଗରିବ ଙ୍କ ପଖାଳ କଂସା ରୁ ପିଆଜ ଗାଏବ ହେବାର ଦେଖା ଦେବ।ନୂଆ ସରକାର ଆସିବା ପର ଠାରୁ ସାଧାରଣ ଲୋକେ ପରିବା ଠାରୁ ଆରମ୍ଭ କରି ତେଲ,ଅଟା, ଚାଉଳ ଓ ମସଲା ସାଙ୍ଗକୁ ଆଳୁ ପିଆଜ ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି।ସରକାର ଏବେ ଦର ଦାମ ବୃଦ୍ଧି ଯୋଗୁଁ ସମାଲୋଚନା ର ଶିକାର ହେଉଥିବା ଲକ୍ଷ କରାଯାଇଛି। ସରକାର କଡ଼ା ପଦକ୍ଷେପ ନ ନେଲେ ପୁଣି ଏବେ ଆଳୁ ଭଳି ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଆଳୁ ଓ ପିଆଜ ଦର ହୁଁ ହୁଁ ହୋଇ ବଢ଼ିବାରେ ଲାଗିଛି ତା ସାଙ୍ଗକୁ କଳାବଜାରୀ ବି ବଢୁଛି କିନ୍ତୁ ଜିଲ୍ଲା ପ୍ରଶାସନ ଚୁପ ରହିଥିବା ଦେଖିବାକୁ ମିଳୁଛି l କଳା ବଜାରୀ ରୋକିବା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ରେ ଏହାର ବ୍ୟତିକ୍ରମ ଏଠାରେ ଖାଉଟି ହତସନ୍ତ ହେବାକୁ ନେଇ ଅଭିଯୋଗ ହେଉଛି l ସରକାର ବଦଳିବା ପର ଠାରୁ ଜିଲ୍ଲା ପ୍ରଶାସନ ଏକ ରକମ କୋମା ରେ ଥିବା ଭଳି ମନେ ହେଉଛି ବୋଲି ଚର୍ଚ୍ଚା ଜୋର ଧରିଲାଣି କିଛି କହିଲେଣି ସରକାର କୁ ବଦନାମ କରିବାକୁ କୁଆଡେ ଜିଲ୍ଲା ପ୍ରଶାସନ ଯୋଜନା କରୁଛି l ତେଣୁ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l କେବଳ ଆଳୁ ଓ ପିଆଜ ନୁହଁ ନିତ୍ୟ ଦରକାରୀ ସାମଗ୍ରୀ ଏପରିକି ଶିଶୁ ଖାଦ୍ୟ ବି ଆକାଶ ଛୁଆଁ ହେଲାଣି ଗରିବ ଲୋକଙ୍କ ଉପରେ ଏହି ଦର ଦାମ ବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହେଲାଣି ବୋଲି ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.