ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଘରେ ଘରେ ଉତ୍ସାହ ସହିତ ପାଳିତ ହୋଇଛି

add-all

ବ୍ରହ୍ମପୁର : ଭାଇ-ଭଉଣୀର ସଂପର୍କକୁ ଅଧିକ ମଜବୁତ କରିଥାଏ ରାକ୍ଷୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଭାଇର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିଥାନ୍ତି ଭଉଣୀ । ଆଉ ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା ଲାଗି ଭଉଣୀ ବର୍ଷ ସାରା ଅପେକ୍ଷା କରି ରହିଥାଏ ଆଜିର ଦିନକୁ।
ରକ୍ଷା ବନ୍ଧନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ ଦେଖା ଦେଇଛି। ଘରେ ଘରେ ପିଠାପଣାର ,ମିଠେଇ ର ଆସର ଜମିଛି । ଏପଟେ ସବୁ ଜଗନ୍ନାଥ ମନ୍ଦିରରେ ମଧ୍ୟ ରକ୍ଷା ବନ୍ଧନ ପର୍ବ ପାଳନ ଲାଗି ସ୍ୱତନ୍ତ୍ର ନୀତିକାନ୍ତି ପାଳନ କରାଯାଇଛି। ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ସୁଭଦ୍ରା।


ରାକ୍ଷୀ ପୂର୍ଣ୍ଣିମା ସହ ଆଜି ମଧ୍ୟ ଗହ୍ମା ପୂର୍ଣ୍ଣିମା। ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଗମ୍ହା ଡେଇବା ପାଇଁ ମଧ୍ୟ ଆୟୋଜିତ ହୋଇଥିଲା ସ୍ବତନ୍ତ କାର୍ଯ୍ୟକ୍ରମ।ତେବେ ଏହି ପବିତ୍ର ପର୍ବ ପାଳନ ପାଇଁ ସହରବାସୀ ଙ୍କ ମଧ୍ୟରେ ବେଶ ଉତ୍ସହ ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.