ପବିତ୍ର ଶ୍ରବଣ ମାସ ପଞ୍ଚମ ସୋମବାରରେ ଭୋଳବାବାଙ୍କ ଉପରେ ଜଳାଭିଷେକ କଲେ ହଜାର ହଜାର କାଉଡ଼ିଆ

add-all

ବ୍ରହ୍ମପୁର : ଆଜି ହେଉଛି ଶ୍ରାବଣ ମାସର ପଞ୍ଚମ ତଥା ଶେଷ ସୋମବାର ଏବଂ ପୂଣ୍ଣିମା ପାଳି । ତେଣୁ ଆଜି ମଧ୍ୟ ରାଜ୍ୟର ଅନେକ ଶୈବ ପୀଠ ଲୋକାରଣ୍ୟ ହୋଇପଡିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ କାଉଡ଼ିଆ ଙ୍କ ପ୍ରବଳ ଭିଡ ଲାଗି ରହିଥିଲା।ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବ୍ୟାରିକେଡ଼ରେ ଆସି ଲାଇନ ରେ ଛିଡା ହୋଇ ଜଲଲାଗି କରିଛନ୍ତି। ମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ‘ବୋଲବମ ହର ହର ବମ ଭୋଳା ବାବା ପାର କରେଗା’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଛି ସାରା ମନ୍ଦିର ପରିବେଶ। ରବିବାର ଠାରୁ ପୀଠରେ ଲାଗିଥିଲା ବୋଲବମ ଭକ୍ତଙ୍କ ଭିଡ। ଭକ୍ତମାନେ କାନ୍ଧରେ ଜଳଭାର ନେଇ ଚାଲି ଚାଲି ପୀଠକୁ ପ୍ରବେଶ କରିଥିଲେ। ରବିବାର ବିଭିନ୍ନ ନଦୀ ଘାଟ ରେ ପୂଜାର୍ଚ୍ଚନା କରିବା ପରେ କାଉଡ଼ିଆ ମାନେ ଜଳଭାର ଧରି ବିଭିନ୍ନ ମନ୍ଦିର ଅଭିମୁଖେ ଯାତ୍ର କରିଥିଲେ।ଏହି ମାସରେ ବ୍ରତ ପାଳନ କରି ଜଳାଭିଷେକ କଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି।

ad-week
Leave A Reply

Your email address will not be published.