
ଚିକିଟୀ : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ ଗତ ସୋମବାର ବିଷାକ୍ତ ମଦ୍ୟପାନ ରେ କରବାଲୁଆ ଓ ଜେନାପୁର ଅଞ୍ଚଳର ପ୍ରାୟ ୨୫ରୁ ଉର୍ଦ୍ଧ ବ୍ୟକ୍ତି ଅସୁସ୍ଥ ହୋଇଥିଲେ। ଏହି ବେଆଇନ ବିଷାକ୍ତ ମଦ୍ୟପାନ ରେ ଜେନାପୁର ଗ୍ରାମର ଦୁଇଜଣଙ୍କ ଜୀବନ ଯୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ବ୍ରହ୍ମପୁର ମେଡିକାଲ ରେ ଅନେକ ଜଣ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅତି ଗୁରୁତ୍ତର ଅବସ୍ଥାରେ ପ୍ରାୟ ୫ ରୁ ୬ ଜଣ ଆଇ ସି ୟୁ ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ସେମାନଙ୍କୁ ମେଡିକାଲ ରେ ଉତ୍ତମ ଚିକିତ୍ସା ହେଉନଥିବା ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମଦମୃତ୍ୟୁ ରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଏଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବି ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇନଥିବା ବେଳେ ବିଧାନସଭା ରେ ବିରୋଧୀ ଦଳର ହୋହାଲ୍ଲା ରେ ବାରମ୍ବାର ଗୃହ ମୁଲତବୀ କରୁଛନ୍ତି ବାଚସ୍ପତି। ଘଟଣାରେ ଏ ପର୍ଯ୍ୟନ୍ତକୁ ପୋଲିସ ୭ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ, ଚିକିଟୀ ଅବକାରୀ ଇନ୍ସପେକ୍ଟର ଓ ଅବକାରୀ ସବ ଇନ୍ସପେକ୍ଟର ଙ୍କୁ ନିଲମ୍ବିତ କରାଯାଇ ଥିବାର ସୂଚନା ମିଳିଛି।ଆଜି ବିଜୁ ଜନତା ଦଳ ତରଫରୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନ ର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ନେର୍ତ୍ତୃତ୍ୱରେ ରାଜ୍ୟର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ ଚିକିଟୀ ପୂର୍ବତନ ବିଧାୟିକ ଶ୍ରୀମତୀ ଉଷାଦେବୀ, ବ୍ରହ୍ମପୁର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ବିଜେଡି ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆସି ଚିକିଟୀରେ ପହଞ୍ଚି ସ୍ଥାନୀୟ ବିଜେଡି ବିଧାୟକ ଶ୍ରୀରୂପ ଦେବ, ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,ବ୍ଲକ ଅଧ୍ୟକ୍ଷ ଶ୍ରୀ ଆପନ୍ନା ସେଠୀ,ସମସ୍ତ କାଉନ୍ସିଲର ଏବଂ ଅଞ୍ଚଳର ବହୁ ବିଜେଡି କର୍ମୀଙ୍କ ସହ ଜେନାପୁର ଗ୍ରାମରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଙ୍କ ଗହଣରେ ପହଞ୍ଚି ସମବେଦନା ଜଣାଇବା ସହିତ ମେଡିକାଲ ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ଦେବା ସହ ବିଜେଡି ସୁପ୍ରିମଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ମୃତକଙ୍କ ପରିବାର କୁ ଶୀଘ୍ର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି କହିଥିଲେ।ସରକାରୀ ମେଡିକାଲ ରେ ଚିକିତ୍ସା ର ଅବହେଳା ଯୋଗୁଁ ଜୀବନ ଯାଇଥିବା କହି ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକଙ୍କୁ ବିଭିନ୍ନ ପ୍ରକାର ସମାଲୋଚନା କରିବା ସହ ଏ ପର୍ଯ୍ୟନ୍ତ କୋଉଠି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପରିବାର ବର୍ଗ ଏବଂ ଗ୍ରାମବାସୀ।ବିଜେଡି ବିଧାୟକ ଶ୍ରୀରୂପ ଦେବ କାଲି ଯୁର ବେହେରା ଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ସହାୟତା କରିଥିବା ବେଳେ ଆଜି ପୂର୍ବତନ ବିଧାୟିକା ଶ୍ରୀମତୀ ଉଷାଦେବୀ ଲୋକାନାଥ ବେହେରାଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ସହାୟତା କରିବା ସହ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।