ରାୟଗଡ଼ା ଜିଲ୍ଲାରେ ହାତୀ ପୋଲଙ୍କ ଆତଙ୍କ

add-all

ରାୟଗଡ଼ା : ରାୟଗଡା ଜିଲ୍ଲା ସଦର ରେଞ୍ଜ ଥେରୁବାଲି ସ୍ତିତ ଇମ୍ଫା କମ୍ପାନୀ ମୂଖ୍ୟ ଦ୍ୱାର ସାମ୍ନା ରେ ଥିବା ଧାନ ବିଲ ରେ ଆଜି ଏକ ଚାରି ଟିକିଆ ହାତୀ ପୋଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି l ବିଗତ ୬ ମାସ ରୁ ଏହି ହାତୀ ପୋଲ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର, ମୁନିଗୁଡା ବ୍ଲକର କେତେକ ସ୍ଥାନ ରେ ଦେଖିବାକୁ ମିଳିଥିବା ବେଳେ ଆଜି ଏହି ହାତୀ ପୋଲ ଜନବସତି ମୁହାଁ ହେଇଛନ୍ତି l ସକାଳ ସମୟ ରୁ ଏହି ହାତୀ ପୋଲ ଇମ୍ଫା ମୂଖ୍ୟ ଦ୍ୱାର ସାମ୍ନା ରେ ଥିବା ଧାନ ବିଲ ଅଞ୍ଚଳ ରେ ରହିଥିବା ବନ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଥିଲା l ହାତୀ ଙ୍କୁ ଦେଖିବା ପାଇଁ ଲୋକ ଙ୍କ ପ୍ରବଳ ଭିଡ଼ ଜମିଥିବାରୁ ବନବିଭାଗ କର୍ମଚାରୀ ହାତୀ ରହିଥିବା ସ୍ଥାନ ଠାରୁ ଜନସାଧାରଣ ଙ୍କୁ ଦୂର ରେ ରହିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି l ହାତୀ ପଲ ଙ୍କୁ ଦେଖି ଧାନ କ୍ଷେତ ରେ କାମ ବନ୍ଦ କରିବା ପାଇଁ ବନବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ଅନୁରୋଧ କରିଛନ୍ତି l ସନ୍ଧ୍ୟା ପରେ ହାତୀ ମାନ ଙ୍କ ଗତିବିଧି କୁ ଲକ୍ଷ୍ୟ କରି ବନବିଭାଗ ପଦକ୍ଷେପ ନେବ ବୋଲି ସଦର ବନପାଳ ଶ୍ରୀ କାମେଶ୍ଵର ଆଚାରି ସୂଚନା ଦେଇଛନ୍ତି l ଏହି ଅଞ୍ଚଳ ଦେଇ ରେଳ ଯାତାୟାତ କରୁ ଥିବାରୁ ହାତୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ରେଲବିଭାଗକୁ ମଧ୍ୟ ଟ୍ରେନର ଗତି କମେଇବାକୁ ଏବଂ ଅତ୍ୟଧିକ ସାଇରନ୍ ବଜେଇ ଟ୍ରେନ ଚଲେଇବାକୁ ବନବିଭାଗ ପକ୍ଷରୁ ରେଳ କତୃପକ୍ଷଙ୍କୁ ଅନୁରୋଧ କରିଥିବା ରାୟଗଡ଼ା ବନପାଲ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.