
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୧ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୯ଜଣ ସାକ୍ଷୀ ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ବିପ୍ରଚରଣ ନାୟକ ୫୦ବର୍ଷ କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୦,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୩ଵର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।ସୁଚନା ଅନୁସାରେ ତା ୧୦.୦୬.୨୦୨୨ରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଗାଆଁ ରାସ୍ତାରେ ଏକୁଟିଆ ଠିଆ ହୋଇଥିଲା। ପିଡୀତା ର ମୁଣ୍ଡଦୋଷର ସୁଯୋଗ ନେଇ ଅଭିଯୁକ୍ତ, ପିଡୀତା କୁ ଡ଼ାକି ପାଖ ଜଙ୍ଗଲ ପାଖରେ ଥିବା ଏକ ଖାଲୁଆ ଯାଗାରେ ଦୁଷ୍କର୍ମ କରିଥିଲା। ସମିତା ପ୍ରଧାନ ନାମକ ଗାଆଁ ର ଏକ ମହିଳାର ପାଟି ଶୁଣି, ଅଭିଯୁକ୍ତ ଲୁଙ୍ଗି ହାତରେ ଧରି ଦଉଡି଼ ପଳାଇ ଯାଇ ଥିଲା। ପିଡୀତାର ପିତା ଝିଅ ପାଖରୁ ସମସ୍ତ ଘଟଣା ଶୁଣି ସାରଙ୍ଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନମ୍ଵର୍:-୫୩/୧୬.୦୬.୨୦୨୨ରେ ରେଜିଷ୍ଟ୍ରେସନ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା ୨୨.୦୮.୨୦୨୪ ରିଖ ରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତାକୁ କ୍ଷତିପୂରଣ ଅର୍ଥ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।