ବଜାଜ ଅଟୋ ପକ୍ଷରୁ ବ୍ରହ୍ମପୁରର ଶ୍ରୀରାମ ଅଟୋରେ ନୂଆ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚିତ

ବ୍ରହ୍ମପୁର: ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ ଓ ତିନିଚକିଆଯାନ କମ୍ପାନି ବଜାଜ୍ ଅଟୋ ଲିମିଟେଡ୍ ପକ୍ଷରୁ ବ୍ରହ୍ମପୁରରେ ଏହାର କାର୍ଗୋ ଓ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚନ କରାଯାଇଛି। ନୂଆ ଯାନକୁ ବଜାଜ ଅଟୋ ଲିମିଟେଡ୍‌ର ଆର୍‌ଏମ୍ (ସେଲ୍‌ସ) ଶ୍ରୀ ନିଖିଲ ତ୍ରିବେଦୀ, ଆର୍‌ଏମ୍ (ସର୍ଭିସ୍‌) ଶ୍ରୀ ମୂରଲୀ କୃଷ୍ଣ ଆଇନାବଲି ଉନ୍ମୋଚନ କରିଛନ୍ତି। କମ୍ପାନି ପକ୍ଷରୁ କାର୍ଗୋ ଇଲେକ୍ଟ୍ରିକ୍ ଯାନ “ବଜାଜ ମାକ୍ସିମା କାର୍ଗୋ ଇ-ଟେକ୍ ୯.୦ ଓ ୧୨.୦ ଏବଂ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ଯାନ ବଜାଜ ଆର୍‌ଇ ଇ-ଟେକ୍ ୯.୦କୁ ଉନ୍ମୋଚନ କରାଯାଇଛି।

ଉତ୍ପାଦ ପ୍ରଦର୍ଶନ, ବିଶ୍ୱସନୀୟତା ଏବଂ ସୁଲଭ ବିକ୍ରୟ ପରବର୍ତୀ ନେଟୱାର୍କ ଉପରେ ନିରନ୍ତର ଧ୍ୟାନ ଦେବା, ଗତ ପାଂଚ ଦଶନ୍ଧି ମଧ୍ୟରେ ୭୫ ଲକ୍ଷରୁ ଅଧିକ ତିନି ଚକିଆ ଯାନ କ୍ରେତାଙ୍କ ପାଇଁ ବଜାଜକୁ ପସନ୍ଦର ବ୍ରାଣ୍ଡରେ ପରିଣତ କରିଛି। ବଜାଜ ପରିବହନରେ ଅଗ୍ରଣୀ ହୋଇଥିଲା ଏବଂ ଭାରତୀୟ ପିଢ଼ିର ଆକାଂକ୍ଷା ପୂରଣ କରିଥିଲା । ଏବେ ତିନି ଚକିଆ ଯାନର ନୂତନ ଇଲେକ୍ଟ୍ରିକ୍ ରେଞ୍ଜ ସହିତ କଂପାନି ଏହାର ମୂଲ୍ୟବାନ ଗ୍ରାହକଙ୍କୁ ସ୍ଥାୟୀ ପରବର୍ତୀ ପର୍ଯ୍ୟାୟର ଅନୁଭୂତି ପ୍ରଦାନ କରୁଛି।

ବଜାଜ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ବଜାଜର ବିଶ୍ୱସ୍ତରୀୟ ଗବେଷଣା ଏବଂ ବିକାଶ କେନ୍ଦ୍ରରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ଏବଂ ୱାଲୁଜରେ ଥିବା କମ୍ପାନିର କାରଖାନାରେ ଉତ୍ପାଦନ କରାଯାଇଛି। ନୂତନ ଯାନଗୁଡିକ ରେଞ୍ଜ, ଲୋଡ୍ ବହନ କ୍ଷମତା, ଗ୍ରେଡେବିଲିଟି ଉପରେ ଉଚ୍ଚ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ଏବଂ ସ୍ଥାୟୀ ହେବା ପାଇଁ ପ୍ରସ୍ତୁତ କରାଯାଇଛି। ଇଲେକ୍ଟ୍ରିକ୍ ତିନି ଚକିଆ ଯାନରେ ଆଇପି୬୭ ରେଟେଡ୍ ଆଡଭାନ୍ସଡ୍ ଏଲଆଇ-ଆୟନ ବ୍ୟାଟେରି, ଦୁଇ-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ଏବଂ ଏକ ସ୍ଥାୟୀ ମ୍ୟାଗ୍ନେଟ୍ ସିନଟ୍ରାଂନାସ୍ (ପିଏମ୍‌ଏସ୍‌) ମୋଟର ରହିଛି।

ଏହି ବ୍ୟାଟେରୀକୁ ୧୬-ଏଏମ୍‌ପି, ୨୨୦ ଭି ଇଲେକ୍ଟ୍ରିକାଲ୍ ଆଉଟଲେଟ୍‌ରେ ଚାର୍ଜ କରାଯାଇପାରିବ। ଏହାବ୍ୟତୀତ ଅନବୋର୍ଡ ଚାର୍ଜର ଭାରୀ ଚାର୍ଜର ନେବାର ଆବଶ୍ୟକତାକୁ ଦୂର କରୁଛି ଯାହା ଚାର୍ଜିଂ ପ୍ରକ୍ରିୟାକୁ ସୁବିଧାଜନକ କରିଛି। ବଡ଼ ବଡ଼ ଟ୍ୟୁବଲେସ୍ ରେଡିଆଲ୍ ଟାୟାର ଡ୍ରାଇଭିଂ ଗାଡ଼ିଚାଳନାକୁ ଆରାମଦାୟକ କରିଛି ଏବଂ ଟ୍ୟୁବଲେସ୍ ମରାମତିକୁ ସହଜ କରିଛି।

ବଜାଜ ଇଲେକ୍ଟ୍ରିକ୍ ତିନି ଚକିଆ ଯାନରେ ଏକ ଶକ୍ତିଶାଳୀ ଧାତବ ବଡି ଏବଂ ସିଭି ଶାଫ୍ଟ ରହିଛି ଯାହା ଗାଡିଗୁଡ଼ିକୁ ସ୍ଥାୟୀ କରିବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିଛି। ସମୁଦାୟ ୧୫ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବାସ୍ତବ ଦୁନିଆ ଡ୍ରାଇଭିଂ ସ୍ଥିତିରେ କାର୍ଯ୍ୟଦକ୍ଷତା ଏବଂ ବିଶ୍ୱସନୀୟତା ପାଇଁ ଯାନଗୁଡିକୁ ଭଲ ଭାବରେ ପରୀକ୍ଷା କରାଯାଇଛି । ଗ୍ରାହକଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଦୃଢ଼ ୱାରେଂଟି ବ୍ୟତୀତ ବଜାଜର ସର୍ଭିସ ନେଟୱାର୍କ ସପ୍ତାହର ସାତ ଦିନ କିମ୍ବା ରାତିର ଯେକୌଣସି ସମୟରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି।

ଉନ୍ମୋଚନ ସମ୍ପର୍କରେ ବଜାଜ ଅଟୋ ଲିମିଟେଡର ନିଖିଲ ତ୍ରିବେଦୀ (ଆରଏମ, ସେଲ୍ସ) କହିଛନ୍ତି ଯେ, “ବ୍ରହ୍ମପୁରର ଶ୍ରୀରାମ ଅଟୋରେ ନୂଆ ବଜାଜ ଇଲେକ୍ଟ୍ରିକ୍ ତିନି ଚକିଆ ଯାନକୁ ଉଭୟ ଯାତ୍ରୀବାହୀ ଓ କାର୍ଗୋ ବର୍ଗରେ ଉପସ୍ଥାପନ କରି ଆମେ ଆନନ୍ଦିତ। ଦଶନ୍ଧି ଧରି, ଆମର ଗ୍ରାହକମାନେ ଆମକୁ ସେମାନଙ୍କର ଅତୁଟ ବିଶ୍ୱାସ ଏବଂ ସମର୍ଥନ ଦେଇଛନ୍ତି। ଆମେ ଭବିଷ୍ୟତ ଦାୟିତ୍ୱ ବିଷୟରେ ସଚେତନ ଅଛୁ। ତେଣୁ ଆମେ ଏହି ସୁରକ୍ଷିତ, ବିଶ୍ୱସନୀୟ ଏବଂ ଉଚ୍ଚ-କାର୍ଯ୍ୟଦକ୍ଷତା ଯାନଗୁଡ଼ିକୁ ବିକଶିତ କରିବା ପାଇଁ ଗ୍ରାହକଙ୍କ ବିଷୟରେ ଆମର ଗଭୀର ବୁଝାମଣା ବ୍ୟବହାର କରିଛୁ। ରେଞ୍ଜ, ଲୋଡ୍ ବହନ କ୍ଷମତା ଏବଂ ଗ୍ରେଡେବିଲିଟିକୁ ପ୍ରାଥମିକତା ଦିଆଯାଇଛି।”

ad-week
Leave A Reply

Your email address will not be published.