ସାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ସଭା ଓ ବଳିଦାନ ଦିବସ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସ୍ଥିତ ପାରିଜାତ କଲ୍ଯାଣ ମଣ୍ଡପ ଠାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୬ ତମ ଶ୍ରଦ୍ଧାଞ୍ଜଳି ସଭା ଓ ବଳିଦାନ ଦିବସ ଏକ ଭକ୍ତିପୁତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ପୂଜ୍ୟ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁ ଧର୍ମ ଓ ଗୋ ସୁରକ୍ଷା ପାଇଁ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସର୍ବଦା ସଂଗ୍ରାମ କରି ଆସୁଥିଲେ l ତାଙ୍କର ଅନୁପସ୍ଥିତି ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି । ଏଣୁ ସ୍ଵାମୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯିବା ନେଇ ରଚିଥିବା ଷଢ଼ଜନ୍ତ୍ରକାରୀଙ୍କୁ ଯଥା ଶୀଘ୍ର ଖୋଜି ବାହାର କରାଯିବା ପାଇଁ ସି ବି ଆଇ ତଦନ୍ତ କରାଯିବ ବୋଲି କହିଛନ୍ତି l ସେହିପରି
ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ରବି ନାରାୟଣ ପାତ୍ର ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥିଭାବେ ବିଶ୍ୱହିନ୍ଦୁ ପରିଷଦର ପ୍ରିୟ ନାଥ ଶର୍ମା, ଶିବାଶିଷ ପଣ୍ଡା, ସୌରଭ ପଟ୍ଟନାୟକ, ରାକେଶ ମିଶ୍ର, ଶଙ୍କର ବେହେରା, ବରିଷ୍ଠ ଆଇନଜିବୀ ଭଗବାନ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ଵାମୀଜୀଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁକ୍ତିକାନ୍ତ ମହାନ୍ତି, ପରେଶ ମହାପାତ୍ର, ସ୍ଵରୂପ ନନ୍ଦ ପଟ୍ଟନାୟକ, ଦିଲୀପ ମହାପାତ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଏଚପି, ଓ ଏବିଭିପି, ବିଜେପି କର୍ମୀ ଓ ଅନ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.