ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡା ଶାଖା ବୈଠକ

add-all

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ଆହ୍ବାନ କ୍ରମେ ସଂଘର ସୋରଡା ଶାଖାର ଏକ ବୈଠକ ସୋରଡା ଜଗନ୍ନାଥ ମନ୍ଦିର ପରିସରସ୍ଥ ଗୀତ ଗୋବିନ୍ଦ କକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସୋରଡା ସଭାପତି ରାଧାକୃଷ୍ଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ଉପଦେଷ୍ଟା ଉମାଶଙ୍କର ଦାଶ, ଲକ୍ଷ୍ମଣ ସାହୁ, ମୂରଲୀଧର ଗୌଡ, ଶିଶିର କୁମାର ଦାଶ, ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ସଂଘର କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସବୁ କଳାକାର ଏକ ପରିବାର ମର୍ମରେ ପରିଚାଳିତ ହେବା ନିମନ୍ତେ ପରାମର୍ଶ ଦେବା ସହ ସମାଜ ପ୍ରତି ଥିବା କଳାକାରଙ୍କ ମହନୀୟ ଦିଗନ୍ତ ପ୍ରତି ସିଂହାବଲୋକନ କରିଥିଲେ। ସୋରଡା ସଂପାଦକ ସନ୍ତୋଷ କୁମାର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ କୃଷ୍ଣଚନ୍ଦ୍ର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିବ ପ୍ରସାଦ ସାହୁ ଓ ପ୍ରସନ୍ନ ବଦନ ତ୍ରିପାଠୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.