ବାଲ୍ୟ ବିବାହ ରୋକିବାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବିଫଳ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଦଳ କାର୍ଯ୍ୟ କରୁଥିବା ବେଳେ ଏହା ବିଫଳ ହୋଇଥିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜଣେ ୧୭ ବର୍ଷର ନାବାଳିକା ୭ ମାସର ଗର୍ଭବତୀ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ପଦ୍ମଗିରି ଅଂଚଳର ମେନ୍ଧାଗୁଡା ଗ୍ରାମର ରଘୁ ବୁରୁଦା ଙ୍କ ୧୭ ବର୍ଷର କନ୍ୟା ଝରାପାଲ୍ଲୀ ଅଂଚଳର ବାଙ୍କଟିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କ ବିଦ୍ୟାଳୟର ପ୍ରମାଣ ପତ୍ର ଅନୁଯାୟୀ ୨୧.୦୯.୨୦୦୭ ଜନ୍ମ ତାରିଖ ହୋଇଥିବା ବେଳେ ବର୍ତ୍ତମାନ ଉକ୍ତ ନାବାଳିକା ଙ୍କ ବୟସ ୧୭ ବର୍ଷ ହୋଇଥିବା ଜଣାପଡିଛି । ଏଭଳି ଅବସ୍ଥାରେ ମାଲକାନଗିରି ସଦର ମହକୁମା ପାତ୍ରଗୁଡା ଅଂଚଳର ରାଜେଶ ରାଉତ ଙ୍କ ସହ ବିବାହ ହୋଇଛି । ବିବାହ ପରେ ବର୍ତ୍ତମାନ ସମ୍ପୃକ୍ତ ନାବାଳିକା ସାତମାସ ର ଗର୍ଭବତୀ ହୋଇଥିବା ପାତ୍ରଗୁଡା ଅଙ୍ଗନବାଡି କର୍ମୀ ନମିତା ଦାସ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ଅନୈତିକ ବିବାହ ଲୁକାୟିତ ଭାବେ କରା ଯାଇଛି । ଯାହା ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟେର କୌଣସି ଖବର ନଥିଲ। । ପରବର୍ତ୍ତି ସମୟରେ ସମ୍ପୃକ୍ତ ନାବାଳିକା ଗର୍ଭବତୀ ହେବା ପରେ ସେ ଅଙ୍ଗନବାଡି ରେଜିଷ୍ଟରରେ ନାମ ପଂଜିକରଣ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କୁ ମଧ୍ୟ ଜଣାଇଥିଲେ ।

ଏହା ବ୍ୟତୀତ ଏହି ବିବାହ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଏକ କଲ୍ ଯୋଗେ ଅଭିଯୋଗ ମଧ୍ୟ ହୋଇଥିଲ। । ଏହାକୁ ଆଧାର କରି ଜିଲ୍ଲା ସଖୀ ବାନ୍‌ଷ୍ଟେପ ତରଫରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି ନେଇ ପୁନର୍ୱାର ତାଙ୍କ ସ୍ୱାମୀ ରାଜେଶ ରାଉତ ଙ୍କ ଘରକୁ ନେଇ ରଖିଥିବା ଅଙ୍ଗନବାଡି କର୍ମୀ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ପଚାରିବାରୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଫୋନ୍ ରେ ଅଭିଯୋଗ ହୋଇଥିଲା , ତାକୁ ଭିତ୍ତି କରି ସଖୀ ବାନ୍ ଷ୍ଟେପର କର୍ମଚାରୀ ମାନେ ସମ୍ପୃକ୍ତ ନାବାଳିକା ଙ୍କୁ ଉଦ୍ଧାର କରିଥିଲେ। ପରବାର୍ତ୍ତି ସମୟରେ ସମ୍ପୃକ୍ତ ନାବାଳିକା ଙ୍କୁ କିଭଳି ଭାବେ ଥଇଥାନ କରା ଯାଇଛି ସେ ସମ୍ପର୍କରେ ସେ ଜାଣି ନଥିବା ପ୍ରକାଶ କରିଛନ୍ତିା ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବାଲ୍ୟ ବିବାହ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେଉଥିବା ବେଳେ ଏହି ଅନୈତିକ ବିବାହ ସମ୍ପର୍କରେ ଅଭିଯୋଗ ସତ୍ୱେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ କେଉଁ କାରଣରୁ ପଦକ୍ଷେପ ନିଆ ଯାଇନାହି । ନାବାଳିକା ଙ୍କୁ ବିବାହ କରିଥିବା ସମ୍ପୃକ୍ତ ଯୁବକ ରାଜେଶ ରାଉତ ଙ୍କ ନାମରେ ପୋଲିସକୁ ଅଭିଯୋଗ ମଧ୍ୟ କରା ଯାଇନାହିଁ । ତେଣୁ ଏହା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସାଧାରଣରେ ଦାବି ହୋଇଛି ।

ad-week
Leave A Reply

Your email address will not be published.