କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସ୍ଵର୍ଗତ ଦୁଃଖୀଶ୍ୟାମ ପ୍ରଧାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସ୍ଵର୍ଗତ ବରିଷ୍ଠ କ୍ୟାମେରାମ୍ୟାନ ଦୁଃଖୀଶ୍ୟାମ ପ୍ରଧାନଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା l ସର୍ବପ୍ରଥମେ ସମ୍ପାଦକ ଶିବ ବିଶ୍ଵାଳ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ଵାଗତ କରିବା ସହ ସଭାପତି ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ସଭା ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ l ସଭାପତି ଅନୁରୋଧ କ୍ରମେ ସ୍ୱର୍ଗତ ଦୁଃଖୀ ଭାଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଦୁଇ ମିନଟ ନୀରବ ପ୍ରାର୍ଥନା ପୂର୍ବକ ଫୋଟ ପ୍ରତିଛବି ରେ ପୁଷ୍ପ ଓ ଧୂପ ପ୍ରଦାନ କରାଯାଇଥିଲା l ପରେ ସଂଘର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ ଦୁଃଖୀ ଶ୍ୟାମଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ l ଏଥି ସହିତ ପୂର୍ବତନ ଚାଇଲ୍ଡ ଲାଇନ ସଦସ୍ୟ ଶିବ ବେହେରା ସ୍ଵର୍ଗତ ଦୁଃଖୀ ଭାଇ ଜଣେ ହସଖୁସି ମିଜାଜ ଓ ମେଳାପୀ ଥିଲେ l ସାନକୁ ଶ୍ରଦ୍ଧା ବଡ଼କୁ ସମ୍ମାନ ପ୍ରଦାନ କରୁଥିଲେ ବୋଲି କହିଥିଲେ l ତାଙ୍କ ସ୍ମୃତିରେ ସଦସ୍ୟ ମାନେ ନିଜ ନିଜର ଅଭିଜ୍ଞତା ସମ୍ଵନ୍ଧରେ କିଛି କିଛି ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବ୍ରଜ ମୋହନ ନାୟକ, ବୈଦ୍ଯ ନାଥ ନାୟକ, ଶିବ ପ୍ରସାଦ ନାୟକ, ରଞ୍ଜନ ଦାସ, ପ୍ରଶାନ୍ତ ଜେନା, ଶିବ ରାମ ନାୟକ,ପ୍ରଶାନ୍ତ ପଣ୍ଡା, ରଞ୍ଜିତ କୁମାର ଦିଗାଲ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.