ଆତ୍ମଘାତୀ ଡ୍ରୋନ୍ ପରୀକ୍ଷା କଲା ଉତ୍ତର କୋରିଆ

add-all

ସିଓଲ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଗୋଟିଏ ପଟେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସମରାଭ୍ୟାସ ଚାଲିଥିବାବେଳେ ଉତ୍ତର କୋରିଆ ନିଜର ଆତ୍ମଘାତୀ ଡ୍ରୋନ ପରୀକ୍ଷା କରିଛି ।
କିମ୍ ଜଙ୍ଗ୍ ଉନ୍ ଙ୍କ କ୍ଷେପଣାସ୍ତ୍ର ପ୍ରତି ଭଲପାଇବା ବିଷୟରେ ସାରା ବିଶ୍ୱ ଜାଣିଛି। କିନ୍ତୁ କିମ୍ ଏବେ ଡ୍ରୋନକୁ ମଧ୍ୟ ପସନ୍ଦ କରିବା ଆରମ୍ଭ କରିଛନ୍ତି। ନିକଟରେ ଟାର୍ଗେଟ ଉପରେ ଆକ୍ରମଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଆତ୍ମଘାତୀ ଡ୍ରୋନର ପ୍ରଦର୍ଶନ ଦେଖିବାକୁ ସେ ଯାଇଥିଲେ । କିମ୍ ତାଙ୍କ ସେନାର ଯୁଦ୍ଧ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ଏଭଳି ଅସ୍ତ୍ରଶସ୍ତ୍ରର ବିକାଶକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କିମ୍ ଜଙ୍ଗ୍ ଉନ୍ ଙ୍କ କ୍ଷେପଣାସ୍ତ୍ର ପ୍ରତି ଭଲପାଇବା ବିଷୟରେ ସାରା ବିଶ୍ୱ ଜାଣିଛି। କିନ୍ତୁ କିମ୍ ଏବେ ଡ୍ରୋନକୁ ମଧ୍ୟ ପସନ୍ଦ କରିବା ଆରମ୍ଭ କରିଛନ୍ତି।
ଶନିବାର ଏହି ପରୀକ୍ଷା ହୋଇଥିଲା। ମିଳିତ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଆମେରିକା ଓ ଦକ୍ଷିଣ କୋରିଆ ସେନା ବଡ଼ ଧରଣର ଯୁଦ୍ଧାଭ୍ୟାସ ଚଳାଇଥିବା ବେଳେ ଏହି ପରୀକ୍ଷଣ କରାଯାଇଥିଲା। ଉତ୍ତର କୋରିଆର ବଢୁଥିବା ପରମାଣୁ ବିପଦରୁ ରକ୍ଷା କରିବା ହେଉଛି ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ । ଗୁରୁବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଉଲ୍ଚି ଫ୍ରିଡମ୍ ସିଲ୍ଡ ଅଭ୍ୟାସ’ର ଉଦ୍ଦେଶ୍ୟ ଉତ୍ତର କୋରିଆର ବିଭିନ୍ନ ବିପଦ ବିରୋଧରେ ସେମାନଙ୍କ ପ୍ରସ୍ତୁତି ବଢ଼ାଇବା ବୋଲି ଦୁଇ ଦେଶ କହିଛନ୍ତି।

ad-week
Leave A Reply

Your email address will not be published.