ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର !

add-all

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ହିଜବୁଲର ଶିବିର ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି କାରଣରୁ ଅଶୋଧିତ ତୈଳ ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ଲୋବାଲ୍ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାରକୁ ବୃଦ୍ଧି ପାଇଛି।
ପଶ୍ଚିମ ଟେକ୍ସାସ୍ ଇଣ୍ଯରମିଡ଼ିଏଟ ଦର ୭୫ ଡଲାରରୁ ଉପରକୁ ଉଠିଛି। ଇସ୍ରାଏଲର ଅଧିକାରୀଙ୍କ କହିବାନୁସାରେ, ରବିବାର ସେମାନେ ହିଜବୁଲାର ମିସାଇଲ ଲଞ୍ଚର୍ ଧ୍ୱଂସ କରିବାକୁ ୧୦୦ରୁ ଅଧିକ ଯୁଦ୍ଧ ବିମାନ ପଠାଇଥିଲେ।
ତେବେ ଏହି ଆକ୍ରମଣ ପରେ ହିଜବୁଲ କହିଛି ଯେ ଇସ୍ରାଏଲ ସହ ଆମର କୌଣସି ବିବାଦ ନାହିଁ। କିନ୍ତୁ ଗାଜାରେ ହମାସ ବିରୁଦ୍ଧରେ ଅସ୍ତ୍ରବିରତି ନ ହେବା ପର୍ଯ୍ୟନ୍ତ ଆମେ ଇସ୍ରାଏଲକୁ ବିରୋଧ କରିବୁ। ଇରାନ ଦ୍ୱାରା ସମର୍ଥିତ ହିଜବୁଲ ହେଉଛି ଏକ ଆତଙ୍କବାଦୀ ସଂଗଠନ। ଯାହାକୁ ଆମେରିକା ଏକ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି।
ଭୌଗୋଳିକ ନୀତିରେ ପରିବର୍ତ୍ତନ ଏବଂ ଆମେରିକାର ସୁଧ ହାରରେ ହ୍ରାସ ଯୋଗୁ ଚଳିତ ବର୍ଷ ତୈଳ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ରବିବାର ଦିନ ଇଜିପ୍ଟର ରାଜଧାନୀ କାଇରୋରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ଆଲୋଚନା ବୈଠକ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ରବିବାର ରାତିରେ ଇସ୍ରାଏଲ ଜରୁରୀକାଳୀନ ପରିସ୍ଥିତି କୋହଳ କରିଥିଲା। ଏହାପୂର୍ବରୁ ହିଜବୁଲ ଆକ୍ରମଣ ପରେ ଇସ୍ରାଏଲ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବିମାନ ବନ୍ଦରକୁ ଅନେକ ଘଣ୍ଟା ବନ୍ଦ କରିଦେଇଥିଲା।
ମଧ୍ୟପ୍ରାଚ୍ୟରେ ତୈଲ ଦରରେ ବୃଦ୍ଧି ଏବଂ ହ୍ରାସ ଅନ୍ୟ ଦେଶଗୁଡ଼ିକର ମୌଳିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ବିଶ୍ୱର ତୈଳ ଉତ୍ପାଦନର ଏକ ତୃତୀୟାଂଶ ମଧ୍ୟପ୍ରାଚ୍ୟରେ ହୋଇଥାଏ।
ଏଭଳି ପରିସ୍ଥିତିରେ ଯଦି ଯୁଦ୍ଧର ବିପଦ ମଧ୍ୟରେ ‌ତୈଳ ଦର ବୃଦ୍ଧି ହୁଏ, ତେବେ ଏହା ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆର ସମସ୍ତ ଦେଶ ଉପରେ ପ୍ରଭାବ ପକାଇବ। ଫଳରେ ଭାରତରେ ମଧ୍ୟ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ଆଶଙ୍କା ରହିବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.