ପୋଖରୀ ରେ ବୁଡି ବୃଦ୍ଧା ମୃତ…

add-all


ହିଞ୍ଜିଳିକାଟୁ, ତା ୨୬/୮(): ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀ ପାଣିରେ ବୁଡି ସୋମବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକା ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଭଗବାନ ପ୍ରଧାନଙ୍କ ସ୍ତ୍ରୀ ଲିଳାବତୀ ପ୍ରଧାନ (୫୭) । ପ୍ରକାଶ ଯେ, ସୋମବାର ସକାଳେ ବୃଦ୍ଧା ଜଣଙ୍ଗ କାମ କରିବା ପାଇଁ ନିଜ ଚାଷ ଜମିକୁ ଯାଇଥିଲେ।‌ ଦୀର୍ଘ ସମୟ ଧରି ବୃଦ୍ଧା ଜଣଙ୍କ ଘରକୁ ନଫେରି ଠାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ ସନ୍ଧାନ ମିଳିନଥିଲା। ସନ୍ଧ୍ୟାରେ ଗ୍ରାମର କିଛି ଲୋକ ନିକଟସ୍ଥ ପୋଖରୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ବୃଦ୍ଧାଙ୍କ ମୃତଦେହ ପୋଖରୀ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୨୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମଙ୍ଗଳବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

ad-week
Leave A Reply

Your email address will not be published.