ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ନେଇ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

add-all

ଛତ୍ରପୁର : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁ ନେଇ ଛତ୍ରପୁର ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ମଙ୍ଗଳବାର ରିକାପଲ୍ଲୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବ୍ଲକର ୧୨୮ ଟି ବିଦ୍ୟାଳୟର ୩୦୦ ଜଣ ଛାତ୍ର ଛାତ୍ରୀ ଏହି କୁଇଜ ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ଜୁନିଅର, ସବ ଜୁନିଅର ଓ ସିନିଅର ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଅଭିଯାନର ଶୈକ୍ଷିକ ସଂଯୋଜକ ସନ୍ତୋଷ କୁମାର ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଯୁକ୍ତା ରଥ ଓ ନମିତା ରାଉତ, ଜିଲ୍ଲା ଶିକ୍ଷା ସଂସ୍ଥାନର ଶିକ୍ଷୟତ୍ରୀ ଲିପିଶ୍ରୀ ଦେବୀ, ଛତ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାରିକା ନାଥ ବେହେରା, ରିକାପଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରିତା ରଥ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.