କନ୍ଧମାଳ : ଲାଞ୍ଚୁଆ ଏସଆଇ ଗିରଫ…

add-all

ଫୁଲବାଣୀ:ଏକ ମାମଲାର ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟଗଡ ଥାନା ଏଏସଆଇ ରଜନୀକାନ୍ତ ଦାସ।ସୂଚନା ଅନୁଯାୟୀ, ଜନୈକ ବ୍ୟକ୍ତି ଏବଂ ତାଙ୍କର କିଛି ସାଙ୍ଗମାନଙ୍କ ନାମରେ କୋଟଗଡ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଏହି ମାମଲାରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତକାରୀ ଅଧିକାରୀ ଥିଲେ। ମାମଲାର ରଫାଦଫା କରିବା ପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ।

ad-week
Leave A Reply

Your email address will not be published.