
ଛତ୍ରପୁର, :ବିଷାକ୍ତ ସାପ ତଥା ସରୀସୃପ ପ୍ରାଣୀ ର ଦଂଶନ ରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ନିରାପଦ ବୁଟ୍ ବିତରଣ କରାଯାଇଛି । ଯାହା ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଉଦ୍ଭୟ ପୁରୁଷ ଓ ମହିଳା ଙ୍କୁ ନିରାପଦ ବୁଟ୍ ବିତରଣ କରାଯାଉଛି । ଏହା ପୁଣି ଜିଲ୍ଲା ର ଛତ୍ରପୁର ବ୍ଳକ୍ ର କୃଷି ବିଭାଗର ସମସ୍ତ ସ୍ଥାୟୀ କର୍ମଚାରୀ ଓ ଅଫିସର୍ ମାନଙ୍କ ଚାନ୍ଦା ଆଦାୟ କରି ଏହି ଉପକରଣ ବଜାରରେ କିଣି ଅଣାଯାଇ ଗ୍ରାମୀଣ କୃଷି ସର୍ଭେକାରୀ ଙ୍କୁ ବିତରଣ କରାଯାଇଥିବା କୁହାଯାଏ ।
ପ୍ରକାଶ ଥାଉକି, ପାଣି କାଦୁଅ ଭିତରେ ଯାଇ ସର୍ଭେ କରିଲା ବେଳେ ସାପ, କଙ୍କଡା ବିଛା ଇତ୍ୟାଦି ବିଷାକ୍ତ ସରୀସୃପ ଦ୍ୱାରା ଗୁରୁତର ହୋଇ ଜୀବନ ହାନୀ ଘଟି ଯିବା ଆଶଙ୍କା ଥିବାରୁ ଏହି ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି । ସୂଚନା ଯୋଗ୍ୟ ଯେ’ ଓଡିଶା ସରକାରଙ୍କ ତରଫରୁ ଅଗଷ୍ଟ ୧୬ ତାରିଖ ରୁ ଡିଜିଟାଲ ଫସଲ ସର୍ଭେ କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ ଚାଲିଅଛି ଏବଂ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ସମସ୍ତ ଗ୍ରାମପଂଚାୟତ ସ୍ତରରେ ମହିଳା ଓ ପୁରୁଷ ଉଭୟ ସର୍ଭେୟର ମାନେ ମୋବାଇଲ ମାଧ୍ୟମରେ ସର୍ଭେ କରୁଛନ୍ତି, ସେମାନେ ପ୍ରତି ପ୍ଲଟ ପିଛା ସର୍ଭେ କରିବା ପାଇଁ ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ପାଇବା ପାଇଁ ନିର୍ଦ୍ଧାରଣ କରାଯାଇଛି । ତେଣୁ ଜୀବନର ମୂଲ୍ୟକୁ ହୃଦୟଙ୍ଗମ କରି ଓଡିଶାର ପ୍ରଥମ ବ୍ଲକ ଭାବେ ଛତ୍ରପୁର କୃଷି ବିଭାଗର ସମସ୍ତ କର୍ମଚାରୀଙ୍କ ତରଫରୁ ନିଜସ୍ୱ ପ୍ରୟାସରେ ସର୍ବେକ୍ଷଣକାରୀ ମାନଙ୍କୁ ସରୀସୃପ ର ଆଘାତରୁ ରକ୍ଷା କରିବା ପାଇଁ ଗମ ବୁଟ୍ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବରାଳ, ତହସିଲଦାର ଶ୍ରୀମତି ଦିବ୍ୟା ମହାନ୍ତି, କୃଷି ଜିଲ୍ଲା ଅଧିକାରୀ,ଛତ୍ରପୁର ଶ୍ରୀ କୁଳମଣି ବାରିକ, ଡ଼ି ପି ଡ଼ି ଶ୍ରୀ ଅଜିତ ମହାପାତ୍ର,ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ଶ୍ରୀ ନିରୁ ନିକୁଞ୍ଜ ବିହାରୀ ନାୟକ, କୃଷି ଅଧିଦର୍ଶକ ଶ୍ରୀ ଦୁର୍ଗା ପ୍ରସାଦ ପ୍ରଧାନ,ଶ୍ରୀମତି ନୁନୁ ସେଠି,
ଵି.ଟି.ଏମ. ସ୍ମୃତି ସ୍ମରଣିକା ସାହୁ,ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀ ବୈରାଗୀ ସ୍ୱାଇଁ,ମୌସୁମୀ ବେହେରା, ନିହାରିକା ପଣ୍ଡା, ରୋଜାଲିନ ପାତ୍ର, ଏ ଟି ଏମ ଗୋପୀନାଥ ଦାସ ଓ ସୋନାଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ମହତ ପଦକ୍ଷେପ କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।।