
ନବରଙ୍ଗପୁର : ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ପଥରଲସା ର ଯୁବକ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇଛନ୍ତି NTA ଦ୍ୱାରା ପ୍ରକାଶ ପାଇଥିବା NEET ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାର ଟପ୍ପର ହେଲେ ଜଗନ୍ନାଥ ଚୌଧୁରୀ lଏହି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଡ଼ଃ ଶୁଭଙ୍କର ମହାପାତ୍ର ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି l ନିଟ୍ ପରୀକ୍ଷା ରେ ସେ ମୋଟ ୬୫୧ ନମ୍ୱର ରଖିଥିବା ବେଳେ ରାଜ୍ୟ ସ୍ତରୀୟ ସାଧାରଣ ବର୍ଗ ରେ ରେଙ୍କ ହେଉଛି ୮୧୩। ଜଗନ୍ନାଥ ଙ୍କ ବାପା ଶ୍ରୀ ସୁଦାମ ଚରଣ ଚୌଧୁରୀ ଜଣେ ଚାଷୀ ଏବଂ ମା , ଶ୍ରୀମତୀ ସୁଜାତା ଚୌଧୁରୀ ଜଣେ ଗୃହିଣୀ । ଜଗନ୍ନାଥ ଙ୍କ ଘର ହେଉଛି -ନନ୍ଦାହାଣ୍ଡି ବ୍ଲକର ପଥର ଲସା ଗାଁରେ। ଜଗନ୍ନାଥଙ୍କ ଏହି ସଫଳତା ପାଇଁ ନବରଙ୍ଗପୁର ମାଟି ଏବଂ ପ୍ରତ୍ୟେକ ନବରଙ୍ଗପୁରିଆ ଗର୍ବିତ ହେବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଛନ୍ତି
