ଟେଣ୍ଡେର ତଥ୍ୟ ମାଗିବା ପଡ଼ିଲା ମହଙ୍ଗା :କୋଦଳା ସାମ୍ବାଦିକ ତଥା କାଉସିଲରଙ୍କୁ ଆକ୍ରମଣ…

youtube

ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର……
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଦଳା ଏନ.ଏ.ସି. ୱାର୍ଡ ମେମ୍ବର ଆରଟିଆଇ ତଥ୍ୟ ମାଗିବା ପରେ ମାରଣାନ୍ତକ ଆକ୍ରମଣ ର ଶିକାର ହୋଇଛନ୍ତି। ଅଧକ୍ଷଙ୍କ ନିର୍ଦ୍ଧେଶ ରେ ଭଡାଟିଆ ଗୁଣ୍ଡା ଙ୍କ ଦ୍ୱାରା ଏନଏସି ପରିସର ପାଲଟିଲା ରଣକ୍ଷେତ୍ର ପାଲଟିଥିଲା। ଗତକାଲି ୧୧ ଟି କାମକୁ ନେଇ ହୋଇଥିବା ଟେଣ୍ଡ ତଥ୍ୟ ମାଗିବାରୁ ବରିଷ୍ଠ ସାମ୍ବାଦିକ ତଥା ଏନଏସି ର ୧୧ନମ୍ବର ୱାର୍ଡ ର କାଉସିଲର ଭଗବାନ ପାଢ଼ୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସାର୍ଟ ଚିରି ସୁନା ଚେନ ଚୋରୀ କରାଯାଇଛି l ସୂଚନା ଅନୁସାରେ ସରକାର ଙ୍କ ପକ୍ଷରୁ ଗୁରୁବାର ଦିନ କୋଦଳା ଏନଏସି ର ୧୧ ଗୋଟି ଉନ୍ନୟନ କାର୍ଯ୍ୟକୁ ନେଇ ଟେଣ୍ଡର ଅନୁଷ୍ଠିତ ହେବାପାଇଁ ସମୟ ଧାର୍ଯ୍ୟ ହୋଇଥିଲା l ତେବେ ଏହି ଟେଣ୍ଡର ପ୍ରକ୍ରିୟା ଅଧକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବହୁ ଅନିୟମିତତା ହୋଇଥିବା ନେଇ ୧୧ନମ୍ବର କାଉସିଲର ଏହାକୁ ବିରୋଧ କରିଥିଲେ l ଟେଣ୍ଡର ପ୍ରକ୍ରିୟା ର ସମସ୍ତ ତଥ୍ୟ ସହ ସିସିଟିଭି ଫୁଟେଜ ଆରଟିଆଇ ଜରିଆରେ ଅଧିକାରୀ ଙ୍କୁ ମାଗିଥିବା ବେଳେ ଅପରାହ୍ନ ପାଖାପାଖି ୩ ଟା ସମୟରେ କାର୍ଯ୍ୟାଳୟ ପରିସରରେ ଭଗବାନ ପାଢ଼ୀ ଛିଡ଼ାହୋଇଥିବା ବେଳେ ଅଧକ୍ଷ ଙ୍କ ନିର୍ଦେଶ ରେ ପାଞ୍ଚରୁ ଉର୍ଦ୍ଧ ଗୁଣ୍ଡା ଶ୍ରେଣୀ ର ଲୋକ ଆସି ତାଙ୍କ ସହ ଯୁକ୍ତି ତର୍କ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗିବା ସହ ଛାତି, ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହିତ ସୁନା ଚେନ କୁ ଛଡାଇ ନେଇ ଚାଲିଯାଇଥିଲେ l ଆକ୍ରମଣ ପରେ ଗୁରୁତର ଭଗବାନ ଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମିଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତେବେ ଏଠି ବଡ଼ ପ୍ରଶ୍ନ ଜଣେ କାଉସିଲର କୁ ଏନଏସି ପରିସରରେ ଆକ୍ରମଣ ପରେ କାହିଁକି ଚୁପ ଅଧିକାରୀ ? ଅନିୟମିତତା ହୋଇଥିବା ସମ୍ପର୍କ ରେ ଆରଟିଆଇ ତଥ୍ୟ ମାଙ୍ଗିବା ସାମ୍ବାଦିକ ଙ୍କୁ ମହଙ୍ଗା ପଡିଛି। ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବା ରେ ଲାଗିଛି। ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତୋଳନ କଲେ ନେତାଙ୍କ ପୋଷା ଗୁଣ୍ଡା ମାନେ ଖୁଲାମ ଖୁଲା ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

Leave A Reply

Your email address will not be published.