ଚିତ୍ରକୋଣ୍ଡା : ଇଲେକ୍ଟ୍ରି ଅଫିସ ଛକ ଠାରୁ ଦୈନିକ ବଜାର ରାସ୍ତାରେ ଟ୍ରାଫିକ ସମସ୍ୟା…

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଜାର ଉପରେ ୧୮ ଗୋଟି ପଂଚାୟତ ନିର୍ଭର କରୁଥିବା ସମୟରେ ଦୈନିକ ବଜାର କୁ ଦୁଇଟି ମାତ୍ର ରାସ୍ତା ଥିବା ବେଳେ ଇଲେକ୍ଟ୍ରି ଅଫିସ ରାସ୍ତା ଦେଇ ଦୈନିକ ବଜାର କୁ ଯିବା କୁ ହେଲେ ସବୁ ସମୟରେ ଚାରି ଚକିଆଯାନ ଓ ମାଲବାହି ଟ୍ରକ ଏବଂ ବହୁ ସଂଖ୍ୟା ରେ ଗାଡି ଗୁଡିକ ରହୁଥିବାରୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ବେଳେବେଳେ ଯିବା ଆସିବା କୁ ହେଲେ ବହୁ ସମୟ ଅପେକ୍ଷା କରି ବାକୁ ପଡୁଛି । ଆଗ କୁ ପୂଜା ପାର୍ବଣ ଆସୁଥିବା ହେତୁ ବଜାର ରେ ଭିଡ଼ ଜମିବାରେ ଲାଗିଲାଣି। ଏଣେ ବଜାରକୁ ଯିବାକୁ ହେଲେ ଗାଡି ଗୁଡିକ ରହି ଥିବା ହେତୁ ଯିବା ଆସିବାକୁ ବହୁ ଅସୁବିଧା ହେଉଛି । ପ୍ରଶାସନ ଏହା ଉପରେ ଧ୍ୟାନ ଦେଇ ତୁରନ୍ତ କିଛି ବିକଳ୍ପ ବ୍ୟବସ୍ଥା କରାଗଲେ ଲୋକେ ଉପକୃତ ହୋଇ ପାରିବେ ।

ad-week
Leave A Reply

Your email address will not be published.