ଆସିକା ସବ ଜେଲ ଏବେ ପାଲଟିଛି ହୋଲିଡ଼େ ହୋମ…..!

add-all

“ମେରି ମର୍ଜିରେ” ଏବେ ବିଚାରଧୀନ ବନ୍ଦୀ
ବ୍ରହ୍ମପୁର:୫-୯ ଗଞ୍ଜାମ ଜିଲ୍ଲାର ଆସିକା ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଜେଲ ମଧ୍ୟ କୁ ବାହାର ଖାଦ୍ୟ ମଦ ଗଞ୍ଜେଇ, ସିଗାରେଟ, ମୋବାଇଲ ଆଦି ଅବାଧ ରେ ପହଞ୍ଚି ପାରୁଛି। ହାଇ ପ୍ରୋଫାଇଲ ଅପରାଧୀ ଙ୍କ ପାଇଁ ବାହାର ରନ୍ଧା ବିରିଆନି, ଚିକେନ୍ ମଟନ ଯେମିତି ଇଛା କରୁଛନ୍ତି ସେମିତି ଯୋଗାଇ ଦିଆଯାଉଛି। ଏଠି କାର୍ଯ୍ୟ କରୁଥିବା ସମସ୍ତ ସି ସି ଟିଭି ଏବେ ଅଚଳ। ବହୁ ହତ୍ୟା କାଣ୍ଡ ର ମୁକସାକ୍ଷୀ ଆସିକା ଜେଲ ର ଏଭଳି ଅବସ୍ଥା ଏବେ ଅପରାଧୀ ଗୋଷ୍ଠୀ କୁ ସକ୍ରିୟ ହେବାକୁ ସୁଯୋଗ ଦେଇଛି। ଆସିକା ଜେଲ ରେ ରହି ବହୁ ଘଟଣା କୁ ମୋବାଇଲ ରେ ରୂପରେଖ ଦେବାରେ ଅପରାଧୀ ଙ୍କ ପାଇଁ ଏବେ ମାଘ ମାସ। ଆସିକା ଜେଲ ରୁ ରହି ବହୁ ହାଇ ପ୍ରାଫାଇଲ ଅପରାଧୀ ସେମାନଙ୍କ ଅପରାଧ ର ନେଟୱାର୍କ ସକ୍ରିୟ କରିଥିବାର ନଜିର ରହିଛି। ଜେଲ ରେ ଅପରାଧୀ ଙ୍କ ସହିତ ମୋବାଇଲ ରେ କଥାବାର୍ତ୍ତା ଓ ପରେ ଜେଲ ଗେଟ ରେ ଘଣ୍ଟା ଘଣ୍ଟା ଆଲୋଚନା ବଡ଼ ଅଘଟଣ ର ସୂଚନା ଦେଉଛି। ଜେଲ ରେ ଆଜି ପର୍ଯ୍ୟନ୍ତ  ଜାମର ନ ଲାଗିବା, ସିସିଟିଭି ଅଚଳ। ଅବାଧ ମୋବାଇଲ ସବୁକୁ ଏକାଠି କଲେ ଜେଲ ର ପରିଚାଳନା ଉପରେ ପ୍ରଶ୍ନ ଉଠିଛି। ଆସିକା ସବ ଜେଲ ରେ ତିନି ସିଫ୍ଟ ରେ କାମ କରିବା ପାଇଁ ଆବଶ୍ୟକ ୱାର୍ଡର ନଥିବା ବେଳେ କ୍ଷମତା ଠାରୁ ଅଧିକ ବିଚାରଧୀନ ବନ୍ଦୀ ରହିଛନ୍ତି। ଆସିକା ଜେଲ ରୁ ମୋବାଇଲ ଜବତ ଜେଲ ମଧ୍ୟରେ ଗଣ୍ଡଗୋଳ, ଆଦି ଘଟଣା ବହୁ ବାର ଘଟିଥିବା ବେଳେ। ବର୍ତ୍ତମାନର ସ୍ଥିତି ଅଣାୟତ ଆଡକୁ ଗତି କରୁଛି। ଆସିକା ସବ ଜେଲ ରେ ସ୍ଥିତି ଏଭଳି ଯେଉଁ ହାଇ ପ୍ରୋଫାଇଲ ଅପରାଧୀ ବାହାର ଖାଦ୍ୟ ଖାଉଥିବା ବେଳେ ଅନ୍ତବାସି ଙ୍କୁ ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଉଛି। ଆସିକା ସବ ଜେଲ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ଓ ପ୍ରଶାସନିକ ଚଢ଼ାଉ ଏବେ ଏକାନ୍ତ ଆବଶ୍ୟକ ହୋଇଛି। ଆସିକା ସବ ଜେଲ ଏବେ ଯେମିତି ଅପରାଧୀଙ୍କ ପାଇଁ ଏବେ ହୋଲିଡ଼େ ହୋମ ପାଲଟିଛି।ଜିଲ୍ଲାର ବଡ଼ ବଡ଼ ହାଇ ପ୍ରୋଫାଇଲ ହତ୍ୟାର ବ୍ଲୁପ୍ରିଣ୍ଟ ଏଠାରେ ପ୍ରସ୍ତୁତ ହେବାର ପୂର୍ବରୁ ନଜିର ରହିଛି। ନିୟମିତ ଚଢ଼ାଉ ହେଲେ ଏଠାରେ ଆଉ ଆଗ ଧାଡ଼ିର ଭାଇ ମାନେ ରହିବାକୁ ଇଚ୍ଛା ପ୍ରକଟ କରିବେ ନାହିଁ।

ad-week
Leave A Reply

Your email address will not be published.