
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ତେଲେଙ୍ଗାନା ରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ 6ଜଣ ମାଓବାଦୀ ନିହତ l ପଡୋଶୀ ରାଜ୍ୟ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ର କରକାଗୁଦମ ଅନ୍ତର୍ଗତ ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ମାଓବାଦୀ ମଧ୍ଯରେ ହୋଇଥିବା ଏନକାଉଣ୍ଟରରେ ୬ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଅସ୍ତ୍ରଶସ୍ତ ଜବତ ହୋଇଛି l ମୃତ ମାଓବାଦୀମାନେ ହେଲେ କୁଞ୍ଜା ବିରୈୟା ଓରଫ ଲଛନ୍ନା , ତୁଲସୀ , ଶୁକ୍ର , ଚାଲୋ , ଦୁର୍ଗେସ ବୋଲି ଜଣାପଡିଛି l ଛତିଶଗଡ ରୁ ତେଲେଙ୍ଗାନା କୁ ମାଓବାଦୀମାନେ ପଶିଆସିଥିବା ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଗ୍ରେହାଉଣ୍ଡ ଫୋର୍ସ ମାଓବାଦୀଙ୍କୁ ଚାରି ଦିଗରୁ ଘେରିବା ପରେ ଉଭୟ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟରେ ଦୁଇଜଣ ତେଲେଙ୍ଗାନା ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି l ଏହି ଏନକାଉଣ୍ଟର ପରେ ସୀମାନ୍ତ ଅଂଚଳଗୁଡିକୁ ସିଲ କରିବା ସହ ସର୍ଚ୍ଚ ଅପରେସନ ଯୋରଦାର କରାଯାଉ ଥିବା ଜଣାପଡିଛି l