
ମାଲକାନଗିରି : ଆଜି ପବିତ୍ର ଗୁରୁଦିବସରେ ମାଲକାନଗିରି ଜିଲ୍ଲାସ୍ତରୀୟ ଗୁରୁଦିବସ କା ର୍ଯ୍ୟକ୍ରମରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅତିଥିମାନଙ୍କ ଦ୍ୱାରା ବିତରଣ କରା ଯାଇଛିା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟପରିସରରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ୱାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର ପ୍ରମୁଖ ଉପସ୍ଥିତ ଥିଲୋ ପ୍ରାରମ୍ଭରେ ସର୍ୱେପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲ।। ଆଜିର ଦିନଟି ଗୁରୁ ଶିସ୍ୟର ପରମ୍ପରା ସମ୍ବନ୍ଧରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶ ଓ ନୀତିକୁ ସମସ୍ତ ଗୁରୁ ଗୁରୁମା ଛାତ୍ରଛାତ୍ରୀ ମନେ ରଖିବା ଉଚିତା ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ସାତଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ୯୩୦ ଜଣ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷାବୃତି ପୁରସ୍କାର, ବିଦ୍ୟାର୍ଥୀ ମେଧାବୃତି ପୁରସ୍କାର, ଜିଲ୍ଲାସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର, ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ରେ ପୁରସ୍କୃତ କରା ଯିବା ସହ ମାନପତ୍ର ପ୍ରଦାନ କରା ଗଲ।। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।