ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଉତ୍ସବ

add-all

ଫୁଲବାଣୀ : ଜିଲ୍ଲାପାଳ, କନ୍ଧମାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଉପସ୍ଥିତିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ କନ୍ଧମାଳ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କୁ ନେଇ ଏକ ସହାୟତା ରାଶି ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ, କଲ୍ୟାଣ, କନ୍ଧମାଳ, ଶ୍ରୀମତୀ ମୋନାଲିସା ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କନ୍ଧମାଳ, ପ୍ରଭାକର ମହାରଣା ଉପସ୍ଥିତରହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ପରିପ୍ରେକ୍ଷୀରେ ୫୪ ଜଣ ନିର୍ମାଣଶ୍ରମିକଙ୍କୁ ୭୬,୨୫,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି l ସେଥତ୍ମଧ୍ୟରୁ ୨୧ ଜଣ ହିତାଧୋକାରୀଙ୍କୁ ବିବାହ ସହାୟତା ବାବଦକୁ ୧୦,୨୫୦୦୦ ଟଙ୍କା, ୩୩ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୬୬,୦୦୦୦୦ ଟଙ୍କା ଏବଂ ୨୮ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୧,୪୦,୦୦୦ ଟଙ୍କା ସହାୟତା ପ୍ରଦାନ କରଯାଇଛି l ଏହାକୁ ଡମି ଚେକ ଜରିଆରେ ପ୍ରଦାନ କରାଯାଇଛି ଏବଂ ଉକ୍ତ ସହାୟତା ରାଶି ଖୁବ ଶୀଘ୍ର ସେମାନଙ୍କ ବ୍ୟାଙ୍କ ଖାତାକୁ ଡି. ବି.ଟି ମାଧ୍ଯମରେ ପଠାଇ ଦିଆଯିବ ।

ad-week
Leave A Reply

Your email address will not be published.