ଜିଲ୍ଲା ଟାସ୍କଫୋର୍ସ ଟିମ୍ ପକ୍ଷରୁ ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ଉ, ଜଣେ ଶିଶୁ ଶ୍ରମିକ ଉଦ୍ଧାର

add-all

ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ସହରର ବିଭିନ୍ନ ପରିବା ଦୋକାନ, ହୋଟେଲ, ଗ୍ୟାରେଜ ଓ ମାଛ ଏବଂ ମାଂସ ବଜାର ବୁଲି ଶିଶୁ ଶ୍ରମିକ ବିରୁଦ୍ଧରେ ସଚେତନତା କରାଯାଇ ଲିଫଲେଟ ବଣ୍ଟନ କରାଯାଇଛି । ଏହି ଚଢଉରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ପ୍ରସନ୍ନ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଓ ତନ୍ମୟ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରୁ ଗଙ୍ଗା ବଡରାଜୁ ଶବର,ପ୍ରେମ ମାଢି ଓ ମିନତି ମାଢି, ଚାଇଲ୍ଡ ଲାଇନରୁ କୁମାରୀ ଜୟା, ପରିବର୍ତ୍ତନ ଏନଜିଓରୁ କେ ମିସାଇଲ ରାଜୁ ଓ ପୋଲିସ କର୍ମଚାରୀ ସାମିଲ ଥିଲେ।

ad-week
Leave A Reply

Your email address will not be published.