ଟାଙ୍ଗଣା ପଲ୍ଲୀ ଅଞ୍ଚଳରେ ସମୂହ ଗୁରୁପୂଜନ ମହୋତ୍ସବ-ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

add-all

ଛତ୍ରପୁର : ପବିତ୍ର ଗୁରୁଦିବସ ଅବସରରେ ଟାଙ୍ଗଣା ପଲ୍ଲୀ ଅଞ୍ଚଳରେ ଗୁରୁପୂଜନ ମହୋତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି।ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଗୁରୁପୂଜନ ମହୋତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅଞ୍ଚଳର ବରିଷ୍ଠ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥି ମୁଖ୍ଯ ଅତିଥି ରୂପେ ଯୋଗଦେଇ ଗୁରୁ-ଶୀଷ୍ଯ ପରମ୍ପରା ଉପରେ ମତ ପ୍ରଦାନ କରି ଛାତ୍ର ଛାତ୍ରୀ ମାନେ ଗୂରୂ ଭକ୍ତି ସହ ଅଧ୍ଯୟନ କରିବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥିବୃନ୍ଦ ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ଗଦାଧର ରାଉଳ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା କୁମାରୀ ଦେବୀ,ବିଧାୟକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଓଷ୍ଟାର ଗଞ୍ଜାମ ସଂପାଦକ ବିଜୟ କୁମାର,ସମିତି ସଭ୍ଯା ମୀନା କୁମାରୀ ସାହୁ,ସିଆରସି ଗିରିଶ ଚନ୍ଦ୍ର ଶତପଥୀ,ସୁନ୍ଦର ପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବାଣୀଶ୍ରୀ ମିଶ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଇ.କନ୍ଯା କୁମାରୀ,ବିଜୟ କୁମାର ପ୍ରଧାନ, ନ୍ଯାୟବ ସରପଞ୍ଚ ରୁବି ନାହାକ, ପିଇଓ ସୁନିତା କୁମାରୀ ବେହେରା,ମାୟା ସାହୁ ସାମ୍ବାଦିକ କ୍ଷେତ୍ର ବାସୀ ସାହୁ ପ୍ରମୁଖ ଯୋଗ ଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ମତ ପ୍ରଦାନ କରି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇ ଥିଲେ।ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି.ସୁଦାମ ଉତ୍ସବ ଆୟୋଜନର ଉଦ୍ଦେଶ୍ଯ ଉପରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପଟ୍ଟନାୟକଙ୍କ ସଂଯୋଜନାରେ ପରିଚାଳିତ ଏଇ ଉତ୍ସବକୁ ଶିକ୍ଷୟିତ୍ରୀ ନିରୂପମା ମିଶ୍ର, ଶୁଭ୍ରଚଳା ବକ୍ସି, ସୁଧୀର ସେଠୀ,ପଦ୍ମଚରଣ ଦାସ,ବିନୋଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
ଅନୁରୂପ ଭାବେ ଟାଙ୍ଗଣା ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ଉତ୍ସାହି ଯୁବକ ମାନଙ୍କ ଦ୍ବାରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲ। ଏହି ଉତ୍ସବରେ ରାଜ୍ଯପାଳ ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ପ୍ରଧାନଶିକ୍ଷକ ଶିକ୍ଷକ କାମରାଜୁ ମହାରଣା,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ କୋରା ମହାରଣା,ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଭାସ୍କର ଚନ୍ଦ୍ର ସୀହୁ,ସିମାଞ୍ଚଳ ପ୍ରଧାନ, ଜଟେଶ୍ବର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। ଏହିଭଳି ଏକ ନୂତନ ପରମ୍ପରା ସୃଷ୍ଟି କରାଯାଇ ଥିବା ଯୋଗୁଁ ଖୁସୀ ବ୍ଯକ୍ତ କରାଯାଇ ଥିଲା ଏବଂ ଏହି ପରମ୍ପରା ବଜାୟ ରଖିବା ପାଇଁ ମତ ପ୍ରକାଶ କରାଯାଇଥିଲା।ଯୁବ ନେତା ବିକ୍ରମ ପାଣିଗ୍ରାହୀଙ୍କ ସଂଯୋଜନାରେ ପରିଚାଳିତ ଏହି ଉତ୍ସବକୁ ଅମରେଶ୍ବର ସାହୁ,ଅନିଲ କାନ୍ତ ମହାରଣା ଧର୍ମେନ୍ଦ୍ର ପ୍ରଧାନ ପ୍ରଶାନ୍ତ କୁମାର ପ୍ରଧାନ, ଆଲୋକ ପାଢୀ ପ୍ରମୁଖ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.