୨ ଘରୁ କଳା କନା ବୁଲେଇଲେ ଚୋର : ପୋଲିସ ପେଟ୍ରୋଲିଙ୍ଗ ପ୍ରଭାବ ଶୂନ୍ୟ…

add-all

ଚିକିଟି / ପାତ୍ରପୁର : ଫାଣ୍ଡି ଅଧିକାରୀଙ୍କ ଜଇନ କରିବା ସପ୍ତାହ ନ ପୁରୁଣୁ ଖାରିଆଗୁଡା ଫାଣ୍ଡି ଇଲାକାରେ ଆରମ୍ଭ ହୋଇଗଲା ଚୋରୀ। ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ ଦେଇଛନ୍ତି ଚୋର। ଜରଡା ଥାନା ଖାରିଆ ଗୁଡ଼ା ଫାଣ୍ଡି ଅନ୍ତର୍ଗତ ହୁକୁମା ଗ୍ରାମରେ ଗତକାଲି ରାତିରେ ୨ ଟି ଘରୁ ଲୁଟ୍‌ ହୋଇଛି। ଗ୍ରାମର ପ୍ରଦୀପ ପ୍ରଧାନ ଏବଂ ସୁବାଷ ପ୍ରଧାନଙ୍କ ପରିବାର ଲୋକମାନେ ଶୋଇଥିବା ବେଳେ ବାଡି କବାଟ ତାଡ଼ି ଚୋରମାନେ ଘରୁ ଚୋରି କରିଥିବା ଜାଣିବାକୁ ପାଇଥିଲେ। ପ୍ରଦୀପ ଏଲଆଇସିରୁ ଉଠାଇ ରଖିଥିବା ଦେଢ଼ ଲକ୍ଷ ଟଙ୍କା, ଦୁଇ ଭରି ସୁନା, ବାର ଭରି ରୁପା ସହିତ ବିଭିନ୍ନ ଦରକାରୀ କାଗଜ ପତ୍ର ଚୋରି କରିଥିବା ତାଙ୍କ ପତ୍ନୀ ଲତା ପ୍ରଧାନ ଖାରିଆ ଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସେହିପରି ସୁବାସ ପ୍ରଧାନଙ୍କ ପ୍ରାୟ ପାଞ୍ଚ ହଜାର ଟଙ୍କା ସହ କିଛି ପିତଳ ବାସନ ଚୋରି ହୋଇ ଥିବା ଅଭିଯୋଗ ହୋଇଛି। ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ସମୀର ଜୟସିଂ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସୂଚନା ଥାଉକି ରାତ୍ରି କାଳିନ ପୋଲିସ ପେଟ୍ରୋଲିଙ୍ଗ ଅଞ୍ଚଳ ରେ ହେଉନଥିବା କୁ ନେଇ ଅଭିଯୋଗ ହୋଇ ଆସୁଛି ଯାହାର ଫାଇଦା ନେଉଛନ୍ତି ଚୋର, ତେଣୁ ପୋଲିସ ପେଟ୍ରୋଲିଙ୍ଗ କୁ କଡ଼ା କଡ଼ି କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

ad-week
Leave A Reply

Your email address will not be published.