ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ

add-all

ହିଞ୍ଜିଳିକାଟୁ : ଗତ ମାସ ୧୧ ତାରିଖ ରାତିରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ଛକରେ ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା ଘଟିଥିଲା। ଦୂର୍ଘଟଣାରେ ଉଭୟ ଗାଡି ଚାଳକ ଗୁରୁତର ଆହତ ହୋଇଥିଲେ। ସ୍କୁଟି ଚାଳକ ସ୍ଥାନୀୟ ପୈରାଞ୍ଚଳ ବଇଁଚବଣିଆ ଅଞ୍ଚଳର ଲକ୍ଷ୍ମୀ ପାତ୍ର ଗୁରୁତର ଆହତ ହୋଇ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଓ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ହୋଇ କିଛି ଦିନ ପୂର୍ବେ ଘରକୁ ଫେରିଥିବା ବେଳେ ରବିବାର ସକାଳେ ତାଙ୍କରି ମୃତ୍ୟୁ ଘଟିଛି। ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପ୍ରକାଶ ଥାଉକି ଗତ ୧୧ ତାରିଖ ରାତିରେ ଲକ୍ଷ୍ମୀ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ସ୍କୁଟି (ଓଡି୦୭ଏଫ୍ ୬୨୯୧) ଯୋଗେ ଘରକୁ ଫେରିବା ସମୟରେ ବିପରୀତ ଦିଗରୁ ବାଇକ୍ (ଓଆର୦୭ ଡବ୍ଳ୍ୟୁ ୬୭୮୦) ଯୋଗେ ଆସୁଥିବା ଜଗନ୍ନାଥ ପ୍ରସାଦ କଣ୍ଡସିଂ ଗ୍ରାମର ଚିଣ୍ଟୁ ସ୍ବାଇଁଙ୍କ ସହ ମୁହାଁମୁହିଁ ଧକ୍କା ଘଟିଥିଲା। ଦୂର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ।

ad-week
Leave A Reply

Your email address will not be published.