ବିଘ୍ନ ବିନାୟକ ଶ୍ରୀ ଗଣେଶଙ୍କର ପୂଜା ମହା ଆଡମ୍ବର ସହ ପାଳିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ପୂଜା କମିଟି ମାନଙ୍କରେ ବିଘ୍ନ ବିନାୟକ ଶ୍ରୀ ଗଣେଶଙ୍କର ପୂଜା ମହା ଆଡମ୍ବର ସହ ପାଳିତ ହୋଇଯାଇଛି । ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟା ସମୟରେ ପାଗ ଅନୁକୂଳ ଥିବାରୁ ପୂଜା ମଣ୍ଡପ ଗୁଡିକରେ ଜନଗହଳି ବହୁତ ହୋଇଥିଲା । ଦୀର୍ଘ ଅଲୋକମାଳା ସାଙ୍ଗକୁ ସୁନ୍ଦର ମେଢ଼ ସହିତ ସୁଦୀର୍ଘ ଓ ଅନନ୍ୟ ସୁନ୍ଦର ମୂର୍ତ୍ତି ସବୁ ପୂଜା ବଜାରକୁ ଆକୃଷ୍ଟ କରୁଥିଲା । ପୂଜା ମଣ୍ଡପ ଗୁଡ଼ିକ କେମିତି ପ୍ରତିବର୍ଷ ଉନ୍ନତ ଏବଂ ସ୍ୱତନ୍ତ୍ର ଭାବେ ପୂଜା କରିପାରିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଚିତ୍ରକୋଣ୍ଡା ଷ୍ଟେଟ ବ୍ୟାଙ୍କ ନିକଟ ଲାଲ ବାହାଦୂର ଶାସ୍ତ୍ରୀ କ୍ଲବ, ମେଡିକାଲ , ସ୍ପୋର୍ଟସ କ୍ଲବ, ୟୁଥ କ୍ଲବ, ହାଟପଦା, ମସଜିଦ ଲାଇନ ଛକ, ବସଷ୍ଟାଣ୍ଡ, ଦୈନିକ ବଜାର, ହନୁମାନ ମନ୍ଦିର ଛକ, ପଞ୍ଜାବୀ ଛକ, ଲଞ୍ଚ ଘାଟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଡିଏଭି ଗୁରୁକୁଳ, ଆଦର୍ଶ ବିଦ୍ୟାଳୟ, ଏସଏସଡି ସ୍କୁଲ ମାନଙ୍କରେ ଧୁମଧାମରେ ପୂଜା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ବିଏସଏଫ ର ୧୭୭ ବାଟାଲିଆନ ତରଫରୁ ମଧ୍ୟ ଗଣେଷ ପୂଜା ଯଥାବିଧି ଅନୁସାରେ କରାଯାଇଛି । ବିଶେଷ ରୂପେ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତିର ଦୃଶ୍ୟ ଅତ୍ୟଧିକ ମନଛୁଆଁ କରିଥିଲା ଭକ୍ତ ମାନଙ୍କୁ ।

ad-week
Leave A Reply

Your email address will not be published.