ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୩୭ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୩୭ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ମହା ଆଡମ୍ବର ସହିତ ପାଳିତ ହୋଇ ଯାଇଛି । ଲଘୁଚାପ ବର୍ଷା ଅନବରତ ଚାଲିଥିବା ବେଳେ ବହୁଳ ଭାବେ ଭକ୍ତ ସମାଗମ ହୋଇଥିଲେ । ପୂର୍ଵ ନିର୍ଧାରିତ ସୂଚୀ ଅନୁଯାୟୀ ସକାଳ ୫ଟା ୧୫ ରୁ ୬ଟା ୧୫ ଓଁକାର ଉଚ୍ଚାରଣ କରିବା ପରେ ଶ୍ରୀ ଜୟ ଗଣେଶ କୀର୍ତ୍ତନ, ଶାନ୍ତି ପାଠ, ପ୍ରାତଃ ସ୍ମରଣ ମନ୍ତ୍ର ସହିତ ଜପ ଓ ଧ୍ୟାନ କରାଯାଇଥିଲା । ଏହା ପରେ ୧୦୮ ପ୍ରଦୀପ ପ୍ରଜ୍ବଳନ କରିବା ପରେ ମହାମନ୍ତ୍ର କୀର୍ତ୍ତନ ସହିତ ପ୍ରଭାତ ଫେରି କରାଯାଇଥିଲା । ଓଁ ନମୋ ଭଗବତେ ଶିବାନନ୍ଦୟ ଜପ କରାଯାଇ ଗୁରୁଦେବଙ୍କ ଜୀବନୀ ପାଠ କରାଯାଇଛି । ଏହା ପରେ ବିଷ୍ଣୁ ସହସ୍ରନାମ ସମୂହ ଭାବେ ପାଠ କରାଯାଇଥିଲା । ଶ୍ରୀ ଗୁରୁଦେବଙ୍କ ପାଦୁକା ପୂଜା ଓ ସହସ୍ର ଅର୍ଚ୍ଚନା ପରେ ଆଳତି ଓ ପୁଷ୍ପାଞ୍ଜଳି କରାଯାଇଥିଲା । ପୁନର୍ବାର ୧୦ଟା ୧୫ ରେ ବିଶ୍ୱ ଶାନ୍ତି ନିମନ୍ତେ ଘୃତ ଯଜ୍ଞ ଓ ମହାମନ୍ତ୍ର କୀର୍ତ୍ତନ କରା ଯାଇଛି । ଏହା ପରେ ସତସଙ୍ଗ, ଗୀତା ପାରାୟଣ ଓ ପାଠ, ଗୁରୁ ଦେବଙ୍କ ଜୀବନୀ ଦର୍ଶନ ସ୍ୱାଧ୍ୟାୟ, ଭଜନ, କୀର୍ତ୍ତନ, ଆରତୀ, ପୁଷ୍ପାଞ୍ଜଳି କରି ପୂଜା ସମାପନ କରାଯାଇଥିଲା । ଏହା ପରେ ନର ନାରାୟଣ ସେବା ଭାବେ ଆଖ ପାଖ ଅଞ୍ଚଳର ବହୁ ଗରିବ ଅସହାୟ ଲୋକଙ୍କ ପାଇଁ ଓ ସର୍ବସାଧାରଣ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଏବଂ ନର ନାରାୟଣଙ୍କ ପାଇଁ ବସ୍ତ୍ର ପ୍ରଦାନ କରାଯାଇଛି । ସଂଧ୍ୟା ସମୟରେ ସତସଙ୍ଗ ଓ ଭଜନ ସମାରୋହ କରାଯାଇଥିଲା । ସଙ୍ଘର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ବେହେରା, ରବୀନ୍ଦ୍ର ରଥ, ତ୍ରିଲୋଚନ ରଥ, ବିଜୟ ପଣ୍ଡା, ମଦନ ଦାସ, ଶଙ୍କର ଦାସ, ସୁରେନ୍ଦ୍ର ବିଷୋୟୀ, ଅନ୍ତର୍ଯ୍ୟାମୀ ଡ଼ାକୁଆ, ଅର୍ଜୁନ ହେମ୍ରମ, ଅନାଦି ଚରଣ ମହାପାତ୍ର ତଥା ରାଜେନ୍ଦ୍ର ସିଓ ପ୍ରମୁଖଙ୍କ ସମେତ ସଙ୍ଘର ସମସ୍ତ ମହିଳା ସଦସ୍ୟ ଓ ଯୁବ ଭାଇ ମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଛି ।

ad-week
Leave A Reply

Your email address will not be published.