ଦଶହରା ଉପଲକ୍ଷେ ବୁଡ଼ାଗୁଡ଼ା ଗ୍ରାମ୍ୟ କମିଟିର ବୈଠକ

add-all

ବାଲିଗୁଡା, ୦୮/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଗ୍ରାମ୍ୟ କମିଟି ତରଫରୁ ଶିବ ମନ୍ଦିର ପ୍ରାଙ୍ଗଣରେ ଦୁର୍ଗାପୂଜା ଓ ଦଶହରା ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟକମିଟି ସଭାପତି ଧିରଜ କୁମାର ପତି ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବୁଡ଼ାଗୁଡା ଠାରେ ଚଳିତ ବର୍ଷ ଆଶ୍ଵିନ ମାସ ୧୩ ତାରିଖ ଦଶହରା ଦିନ ପ୍ରଥମ ରାତ୍ରିରେ ସାମାଜିକ ନାଟକ ଏବଂ ଦ୍ୱିତୀୟ ଓ ତୃତୀୟ ରାତ୍ରରେ ରାମାୟଣ ନାଟକ ଆୟୋଜନ କରାଯିବ ବୋଲି ହେବ ବୋଲି ଗ୍ରାମ୍ୟକମିଟି ନିଷ୍ପତି ନେଇଛନ୍ତି । ଏହି ବୈଠକରେ କମିଟି ର ସମ୍ପାଦକ ମୁକେଶ ମୁଖୀ, ରାମାୟଣ ନାଟକ ପରିଚାଳକ ସଭାପତି ସୁଧାକର ବିନ୍ଧାଣି, ଦୁର୍ଗାପୂଜା କମିଟି ସଭାପତି ରମେଶ ଚନ୍ଦ୍ର ଦଣ୍ଡସେନା, କମିଟିର ଉପଦେଷ୍ଟା ସୌଭାଗ୍ୟ କୁମାର ସୁବୁଦ୍ଧି, ପରାମର୍ଶ ଦାତା ବିଜୟ କୁମାର ପତି, ମାଧବ ଗୌଡ଼, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ରାଧାକାନ୍ତ ପାତ୍ର, ସଞ୍ଜୀବ ଗୌଡ଼, ମା’ ପୂଜାକମିଟି ପୂଜକ ନବକିଶୋର ପାତ୍ର, ସହଯୋଗୀ ରତ୍ନସିଂଙ୍ଗ ପାତ୍ର, ନାରାୟଣ ପାତ୍ର, ଯୁଗେଶ୍ୱର ପାତ୍ର, ଅରଣ୍ୟ କୁମାର ସିଂଦେଓ ପାତ୍ର, ରୂପେଶ ମୁଖୀ, ନେହୁର ପାତ୍ର, ମୃତୁଞ୍ଜୟ ପଣ୍ଡା, ଚନ୍ଦନ ରାଉତ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.