ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ପରିବାର ଲୋକେ ଆହତ

add-all

ମାଲକାନଗିରି : ଗତ କିଛି ଦିନର ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଆହତ ଅବସ୍ଥାରେ ପରିବାର ଲୋକେ ହେଲେ ଚିକିତ୍ସାଳୟରେ ଭର୍ତ୍ତି । ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତ ର ତୋଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗ୍ରାମର ମଙ୍ଗରାଜ ହନ୍ତାଳ ନାମକ ବ୍ୟକ୍ତି ତାଙ୍କ ପରିବାର ସହ ନିଜ ଘରେ ଶୋଇ ରହିଥିଲେ। ତେବେ ଗତକାଲି ମଧ୍ୟରାତ୍ର ପ୍ରାୟ ୨.୩୦ ସମୟରେ ଏହି ଲଗାଣ ବର୍ଷା ଫଳରେ ମଙ୍ଗରାଜ ଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡି ତାଙ୍କ ଉପରେ ପଡିଯାଇଛି। ଫଳରେ ମଙ୍ଗରାଜ ଙ୍କ ଅଣ୍ଟା ରେ ଖୁବ ଜୋରରେ ଆଘାତ ଲାଗିଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀ ହନ୍ତାଳ ଏବଂ ୭ ବର୍ଷ ର ପୁଅ ଅଜୁ ହନ୍ତାଳ ମଧ୍ୟ ଗୁରୁତର ଆହତ ହୋଇଛି। ତେବେ ଏହି ଅଘଟଣ ଘଟିବା ପରେ ପଡ଼ୋଶୀ ଙ୍କ ସହାୟତା ରେ ସଙ୍ଗେ ସଙ୍ଗେ ମଙ୍ଗରାଜ ଙ୍କ ପରିବାର କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ତାଙ୍କ ପରିବାର ର ଗୁରୁତର ଅବସ୍ଥା ଦେଖି ଡାକ୍ତର ପ୍ରାଥମିକ ଚିକିତ୍ସା ଦେବାସହ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । ଉକ୍ତ ଖବର ପ୍ରଶାସନ ର ଦୃଷ୍ଟି ଗୋଚର ହେବା ପରେ ଆଜି ସକାଳୁ କୁଡୁମୁଲୁଗୁମ୍ମା ରାଜସ୍ୱ ନିରୀକ୍ଷକ ଉକ୍ତ ଗ୍ରାମକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରି ଆଶୁ ସୁବିଧା ଓ ଆର୍ଥିକ ସହାୟତା ନିମନ୍ତେ ତହସିଲଦାର ଙ୍କୁ ଅବଗତ କରାଇଛନ୍ତି । ତହସିଲଦାର ମଧ୍ୟ ଉକ୍ତ ବିଷୟରେ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗକୁ ଲେଖି ଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ଏକ ପୁରା ସିଟ୍ ପଲିଥିନ ଭୁଶୁଡ଼ିଥିବା କାନ୍ଥ କୁ ଘୋଡାଇବା ପାଇଁ ଦେଇଛନ୍ତି। ଉକ୍ତ ବିଷୟରେ ଖୋଦ ବିଧାୟକ ଶ୍ରୀ ମଙ୍ଗୁ ଖିଲ ପ୍ରଶାସନିକ ଦୃଷ୍ଟି ନିକ୍ଷେପ କରିବା ସହ ତୁରନ୍ତ ମଙ୍ଗରାଜ ଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଜଣାଇଛନ୍ତି ।

ad-week
Leave A Reply

Your email address will not be published.