ମହାଆଡମ୍ବରରେ ପାଳିତ ହେଲେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଜାନନ

add-all

ଚିକିଟୀ : ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀରେ ଚିକିଟୀ ଅଞ୍ଚଳର ସମସ୍ତ ସାହି ତଥା ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ମାଟି ନିର୍ମିତ ବିଭିନ୍ନ ରୂପରେ ପ୍ରଭୁ ଶ୍ରୀ ଗଜାନନ ଙ୍କୁ ମହା ଆଡମ୍ବରରେ ପୂଜାର୍ଚ୍ଚନା କରାଯାଇଛି।ଆଖ ପାଖ ଅଞ୍ଚଳ ସହ ସ୍ଥାନୀୟ ଶାନ୍ତି ନଗର, ପଣ୍ଡିତ ରାୟ ସାହି, ବୈଷ୍ଣବ ସାହି, ସାନଦେବ ସାହି,ଚଉଁରା ସାହି,ପଦ୍ମ ନଗର,ଓଡିଆ ସାହି, ବସଷ୍ଟାଣ୍ଡ, ସତ୍ୟ ନଗର ଓ କରବାଲୁଆ ଆଦି ସ୍ଥାନରେ ସୁସଜ୍ଜିତ ମଣ୍ଡପରେ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସହ ପୂଜା ମହଲକୁ ରଙ୍ଗୀନ କରି ବିଶିଷ୍ଟ ବ୍ରାହ୍ମଣ ଙ୍କ ଦ୍ଵାରା ମନ୍ତ୍ରଧ୍ୱନିରେ ପୂଜାପାଠ ହୋମ ଯଜ୍ଞ କରି ମହା ଆଡମ୍ବରରେ ଅଗ୍ରପୂଜ୍ୟ ଗଜାନନ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ପାଳିତ କରାଯାଇଛି । ବୈଷ୍ଣବ ସାହି ର କୁନି କାରିଗରୀ ମାନଙ୍କ ଦ୍ୱାରା ନିର୍ମିତ ସୁନ୍ଦର ଆକର୍ଷଣୀୟ ମୂର୍ତ୍ତି ଅଞ୍ଚଳ ବାସୀଙ୍କୁ ବେଶ ମନଲୋଭା କରିଛି । ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ଜନଗହଳି ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.