ଚିକିଟୀ ବ୍ଲକ ସରପଞ୍ଚ ସଂଘ ଗଠିତ

add-all

ଚିକିଟୀ : ଦୀର୍ଘ ବର୍ଷ ପରେ ଚିକିଟୀ ବ୍ଲକ ସରପଞ୍ଚ ସଂଘ ଗଠିତ ହୋଇଯାଇଛି। ଏଥିରେ ବ୍ଲକର ୧୭ ପଞ୍ଚାୟତର ପ୍ରାୟ ସରପଞ୍ଚ ଯୋଗଦେଇ ନିଜର ଆଭିମୁଖ୍ୟ ରଖିବା ସହ କର୍ମକର୍ତ୍ତା ମନୋନୀତ କରିଛନ୍ତି। ଏଥିରେ ସଭାପତି ଭାବେ ପିତାତଳି ସରପଞ୍ଚ ଏ. ରାଙ୍ଗାରାଓ ଙ୍କୁ ମନୋନୀତ କରିଥିବା ବେଳେ ଉପ ସଭାପତି ଭାବେ କେ. ନୂଆଗାଁ ସରପଞ୍ଚ ମହେନ୍ଦ୍ରନାଥ ପ୍ରଧାନ (ଟୁନା ), ସମ୍ପାଦକ ଭାବେ ସୁରଳ ସରପଞ୍ଚ ସସ୍ମିତା ସାହୁ, ସହ ସମ୍ପାଦକ ଭାବେ ସୁମାଣ୍ଡି ସରପଞ୍ଚ ଜୀବାନନ୍ଦ ରେଡ୍ଡୀ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି। ଏହି ବୈଠକ ରେ ସରପଞ୍ଚ ମିନତୀ ପଣ୍ଡା, ବାସନ୍ତି ସେଠି, ଜ୍ୟୋତି ରେଡ୍ଡୀ, କୃଷ୍ଣଚନ୍ଦ୍ର ସାହୁ, ବି. ସନମୁଖ ରାଓ, କୁମାରୀ ସେଠି, ଡି. ଆଲିସା , ଅମି ସେଠି ପ୍ରମୁଖ ଉପସ୍ଥିତ ଥିଲେ | ଆଜି ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରାତାରିଣୀ ଙ୍କ ବୈଭବ ଭବନ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସରପଞ୍ଚ ସଂଘ ର ବୈଠକରେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ad-week
Leave A Reply

Your email address will not be published.