add-all

ଆସିକା : ଝାଡବନ୍ଧ ନିକଟସ୍ଥ ରାମଘାଟ ଠାରେ ଅବସ୍ଥିତି ଗୁରୁକୃପା ଆଶ୍ରମର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଋଷି ପଞ୍ଚମୀ ତିଥିରେ ପାଳିତ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମକୁ ଆଶ୍ରମ ପ୍ରତିଷ୍ଠାତା ସଦଗୁରୁ  ଶ୍ରୀ ଶ୍ରୀ ଆତ୍ମାରାମ ମହାରାଜ ଙ୍କ ଦ୍ଵାରା  ପ୍ରାତଃ କାଳରୁ ପୂଜାଅର୍ଚ୍ଚନା, ଧର୍ମ ସ୍ତମ୍ଭରେ ଧ୍ବଜାରୋହଣ, ବୃନ୍ଦାବତୀଙ୍କ ପୂଜା,ପଞ୍ଚବଟୀ ପୂଜନ ଏବଂ ବିଶ୍ୱଶାନ୍ତି ପାଇଁ ୧୦୮ ଥର ଗୁରୁ ଗାୟତ୍ରୀ ମନ୍ତ୍ରରେ ଆହୁତି ପ୍ରଦାନ, ଭୁବନେଶ୍ଵରୀ ଯନ୍ତ୍ରକୁ ବିଧି ପୂର୍ବକ ହୋମ କରଯାଇଥିଲା।ସେହିଭଳି ଆଶ୍ରମ ସ୍ଥିତ ହନୁମାନ ମନ୍ଦିରରେ ଗୁରୁବାଷ୍ଟକ ,ହନୁମାନ ଚାଳିଶା ପରାୟଣ,ହରିନାମ ସଂକୀର୍ତ୍ତନ ଅନୁଷ୍ଠିତ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ  ହୋଇଥିଲା। ଏହି ଅବସରରେ ଆଶ୍ରମର ସଦସ୍ୟ ଡ.ସଚ୍ଚିଦାନନ୍ଦ ମହାନ୍ତି, ଡ.ରବୀନ୍ଦ୍ରନାଥ ସାହୁ,ପୂର୍ଣ୍ଣଚନ୍ଦ୍ର ରାୟଗୁରୁ, ପ୍ରଣବ ରଥ,ଆତ୍ରେୟ ରଥ,ଅଧ୍ୟାପକ ହେମନ୍ତ ଗାନ୍ତୟତଙ୍କ ସମେତ ଆଖପାଖ ଅଞ୍ଚଳ ଏବଂ ବହୁଦୂର ଦୁରାନ୍ତରୁ ସାଧକ ଓ ଭକ୍ତମାନେ ଆଶ୍ରମରେ ପହଞ୍ଚି ଗୁରୁକୃପା ହାସଲ କରିଥିଲେ।

ad-week
Leave A Reply

Your email address will not be published.