ଫିରିଙ୍ଗିଆ ରେ ଗେଣ୍ଡୁଫୁଲ ଚାଷ ସମ୍ବନ୍ଧୀୟ ତାଲିମ…

add-all

ଫୁଲବାଣୀ ;- କୃଷକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ବର୍ତମାନ ପାରମ୍ପରିକ କୃଷି ପରିବର୍ତେ ବିକଳ୍ପ ଚାଷ ପାଇଁ ପୋ୍ରତ୍ସାହିତ କରାଯାଉଛି । ବିଗତ ଦିନ ମାନଙ୍କରେ କନ୍ଧମାଳ ଜିଲ୍ଲା ରେ ଫଳ ଓ ପନିପରିବା ର ସଫଳ ଉତ୍ପାଦନ ଦେଖି ଆଗକୁ ଗେଣ୍ଡୁ ଫୁଲ ଚାଷ କରି ବାହାର ଜିଲ୍ଲା ଓ ରାଜ୍ୟ କୁ ରପ୍ତାନି କରିବା ପାଇଁ ସ୍ଥିର କରାଯାଇଛି । ଆଗକୁ ଆସୁଥିବା ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂସହାୟକ ଦଳ ମାନେ ଗେଣ୍ଡୁ ଫୁଲ ଚାଷ କରି ବେଶ୍ ଦୁଇପଇଶା ରୋଜଗାର କରିବା ପାଇଁ ଅଂଟା ଭିଡିଛନ୍ତି ଏବଂ ସେଥିପାଇଁ ଫୁଲବାଣୀ ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ତରଫରୁ ପ୍ରକଳ୍ପ ପ୍ରଶାଶିକା ଦେବଜାନୀ ଭୁଇଁଆଙ୍କ ତତ୍ୱାବଧାନ ରେ ଫିରିଙ୍ଗିଆ ବ୍ଲକ୍ ବୈଠକ ଗୃହ ଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଆଇ.ଟି.ଡି.ଏ., ମିଶନ ଶକ୍ତି, ପ୍ରଦାନ, ହର୍ଷଟ୍ରଷ୍ଟ ଏବଂ ସ୍ୱାତୀ ଅନୁଷ୍ଟାନ ର ମିଳିତ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳକ ପି. ମୂରଲି ମୋହନ ଏହାର ବଜାରିକରଣ କୁ ପ୍ରାଧାନ୍ୟ ଦେଇଥିଲେ । ଏହି ଲାଭଦାୟକ ଚାଷକୁ ଆଗକୁ ନେବାକୁ ହେଲେ ବଡ ଆକାରରେ ଅଧିକ ଚାଷୀଙ୍କୁ ଯୋଡିବାକୁ ହେବ ବୋଲି ମିଶନ୍ଶକ୍ତି ବ୍ଲକ୍ କାର୍ଯ୍ୟକ୍ରମ ସଂଯୋଜକ କହିଥିଲେ । ପ୍ରଦାନ ତରଫରୁ ତାଲିମରେ ଚାରାରୋପଣ ପ୍ରଣାଳୀ, ରୋଗପୋକ ନିୟନ୍ତ୍ରଣ ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ସ୍ୱାତୀ ଅନୁଷ୍ଠାନ ତରଫରୁ ବ୍ଲକ୍ ଜିବିକା ସଂଯୋଜକ ଉମାକାନ୍ତ ସାହୁ ଚାଷୀ ମାନଙ୍କୁ ଚୟନ ଓ କ୍ଷେତ୍ର ସ୍ତରୀୟ ପ୍ରସ୍ତୁତିରେ ସହେଯାଗ କରିଥିଲେ । ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ର ଏଭଳି ପ୍ରଶିକ୍ଷଣ ଓ ବଜାରିକରଣ ପଦକ୍ଷେପ କୁ ଫିରିଙ୍ଗିଆ ର ଚାଷୀ ଓ ସ୍ୱୟଂ ସହାୟକ ଦଳର ସଭ୍ୟା ମାନେ ସ୍ୱାଗତ କରିବାସହ ଏହା ମହିଳା ମାନଙ୍କ ର ଆୟ ବଢାଇବାରେ ସହାୟ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

ad-week
Leave A Reply

Your email address will not be published.