ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ୍ ସ୍ତରରେ ଗତକାଲି ଅର୍ଥାତ୍ ୦୯ ସେପ୍ଟେମ୍ବର ସୋମବାର ଦିବା ୧୦ଘଟିକା ଠାରୁ ୪ଘଟିକା ଯାଏଁ ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ ଓ କବିତା ପାଠ ଉତ୍ସବ ତଥା ଆଲୋଚନା ଚକ୍ର ଡି.ଏ.ଭି. ଗୁରୁକୁଳ (ଚିତ୍ରକୋଣ୍ଡା) ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅନୁଷ୍ଠାନର କବି କବୟିତ୍ରୀମାନେ ସେମାନଙ୍କ କବିତା ପାଠ କରିଥିଲେ ଏବଂ କଣ୍ଠଶିଳ୍ପୀ ଶ୍ରୀ ବଳଭଦ୍ର ବିଶ୍ଵାଳ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ସଂସଦର ସଭାପତି ଶ୍ରୀ ଗୌରହରି ସାହୁ ପ୍ରଥମେ ଶ୍ରୀ ଗଣେଶଙ୍କ ବିଗ୍ରହଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ଗଣେଶଙ୍କ ବନ୍ଦନା ଗାନ କରିଥିଲେ ଏବଂ ପରେ ସମ୍ପାଦକ ଶ୍ରୀ ବାଲାଜୀ ସେଠୀ ସଂପାଦକୀୟ ପାଠ କରିଥିଲେ । ପରେ ପରେ କବିତା ଆସର କାର୍ଯ୍ୟକ୍ରମରେ କବି ନିରଦ କୁମାର୍ ଜେନା, ବ୍ରଜବନ୍ଧୁ ନାୟକ, ବାଲାଜୀ ସେଠୀ, ବୁଲୁ ସେଠୀ, ତ୍ରିନାଥ ଗୌଡ଼, ଜ୍ଞାନ ରଞ୍ଜନ ପଲେଇ ଓ କାହ୍ନୁ ଚରଣ ବେହେରା ସେମାନଙ୍କ କବିତା ପାଠ କରିଥିଲେ। ଭୋଜନ ବିରତି ପରେ ଆଲୋଚନା ଚକ୍ରରେ ଦକ୍ଷିଣ ଓଡ଼ିଶାର ଗଣପର୍ବ ନୂଆଁଖାଇ ବିଷୟରେ ସମାଜସେବୀ ଦେବେନ୍ଦ୍ର ଦାସ ଶିକ୍ଷାବିତ୍ ମନୋଜ କୁମାର ପାତ୍ର, ଅନନ୍ତ ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ଶରତ କୁମାର ସାହୁ, ଭୀମ ନାୟକ, କୃଷ୍ଣଚନ୍ଦ୍ର ଡ଼ାକୁଆ ତଥା କାଳୀପ୍ରସାଦ ମିଶ୍ର ସେମାନଙ୍କ ମତ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମଟିର ସୁପରିଚାଳନାରେ ଶ୍ରୀ ସୁବାଷ ମାଝୀ, ବିଜୟ ନାୟକ, ଅନ୍ତର୍ଯ୍ୟାମୀ ଡାକୁଆ, ରାକେଶ ମହାରଣା ତଥା ଶ୍ରୀନିବାସ ମଲ୍ଲିକ ପ୍ରମୁଖ, ବିଶେଷ ଭୂମିକା ନିର୍ବାହ କରିଥିଲେ ।
