ରାଇଘର : ୧୫ କିଲୋ ଗଞ୍ଜେଇ ସହ ଦୁଇ ଗିରଫ…

add-all

ଉମରକୋଟ (୧୧/୦୯/୨୦୨୪) ଗତ କାଲି ନବରଙ୍ଗପୁର ଜ଼ିଲ୍ଲା ରାଇଘର ପୋଲିଶ ପ୍ରଶାସନ ତରଫରୁ ସଂଧ୍ୟା ସମୟ ରେ ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ସନ୍ଦିଗ୍ଧ ଲୋକଙ୍କୁ ପାଖରେ ଥିବା ତିନିଟି ବ୍ୟାଗରୁ ୧୫ କିଲୋ ଗଞ୍ଜେଇ ସହ ସେମାନଙ୍କୁ ଗିରଫ କରିଛି ପୋଲିସ ସୂଚନା ପ୍ରକାରେ, ରାଇଘର ଗଞ୍ଜାପାରା ଆଇ ଟି ଆଇ ସଂମୁଖରେ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡରେ ରାତି ପ୍ରାୟ ୮ ଟା ସମୟରେ ଦୁଇ ଜନ ବ୍ୟକ୍ତି ତିନିଟି ବ୍ୟାଗ ଧରି ରାୟପୁର ବସକୁ ଅପେକ୍ଷା କରିଥିଲେ ଥିଲା। ରାଇଘର ଥାନା ଏସ ଆଇ ମନୋରଞ୍ଜନ ବେହେରା ରାତିରେ ପେଟ୍ରୋଲିଙ୍ଗ କରିବା ସମୟରେ ଏହି ଦୁଇ ଜନ ବ୍ୟକ୍ତିଙ୍କୁ ଲକ୍ଷ୍ମୀ ବସ ଷ୍ଟାଣ୍ଡ ଆଇ ଟି ଆଇ ଗଞ୍ଜାପାରା ପାଖରେ ତିନିଟି ବ୍ୟାଗ ଧରି ବସିଥିବା ଦେଖି ସନ୍ଦେହ ହେବାରୁ ସେମାନଙ୍କୁ ପଚାରିବାରୁ ସେମାନେ କିଛି ସନ୍ତୋଷ ଜଣକ ଉତ୍ତର ଦେଇ ପାରି ନ ଥିଲେ। ସେମାନେ ଧରିଥିବା ତିନିଟି ବ୍ୟାଗ ତଲ୍ଲାସି କରିବାରୁ ବ୍ୟାଗ ଭିତରେ ଗଞ୍ଜେଇ ଥିବା ଜାଣି ପାରିଥିଲେ। ରାଇଘର ମାନନୀୟ ତହସିଲଦାରଙ୍କୁ ଉପସ୍ଥିଥିରେ ବ୍ୟାଗ ଭିତରେ ସମୁଦାୟ ୧୫ କିଲୋ ଗଞ୍ଜେଇ ନିକିତିରେ ଓଜନ କରାଯାଇଥିଲା। ଏହି ଦୁଇ ଜନ ବ୍ୟକ୍ତି ହରିୟାଣାର ଇସାର ଜ଼ିଲ୍ଲା, ରାଜଥଲ ଗ୍ରାମର ବିଜେନ୍ଦ୍ର ସିଂ ଆନୁମାନିକ ( ୩୫ ) ଓ ବଲଜିତ କୁମାର (୨୮) ବର୍ଷ। ସେମାନେ ରବି ନାମକ ବ୍ୟକ୍ତିଙ୍କ କହିବା ପ୍ରକାରେ ଜୟପୁର ରୁ ଏହି ଗଞ୍ଜେଇ ଧରି ରାୟପୁର ଅଭିମୁଖେ ଯାଉଥିଲା। ରାଇଘର ଥାନା ଏସ ଆଇ ମନୋରଞ୍ଜନ ବେହେରା ସେମାନଙ୍କୁ ରାତିରେ ଥାନାକୁ ନେଇ ମୁଖ୍ୟ ଗଞ୍ଜେଇ ଚାଲାଣ କାରୀ ରବି ବିଷୟରେ ଅଧିକରୁ ଅଧିକ ଅନୁସନ୍ଧାନ କରିବା ଜାରି ରଖିଛନ୍ତି।ସୂଚନା ଥାଉକି ରୀତିମତ ରାଇଘର ରୁ ପଡୋଶୀ ଛତିଶଗଡ କୁ ଏହି ପରି ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହିଛି ମୁଖ୍ୟତଃ ଉମରକୋଟ ଓ ଝରୀଗାଁ ର କିଛି ଅସାଧୁ ବ୍ୟବସାୟୀ ମାନେ ଗରିବ ଖଟିଖିଆ ମାନଙ୍କୁ ଢାଲ କରି ଏହି ରକେଟ ଚଳାଇଥିବା ଅଭିଯୋଗ ହେଉଛି l ତେଣୁ ପୋଲିସ ସୀମା କୁ ସତର୍କ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.