ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ପାଇଁ ମାଲକାନଗିରି ରେ ଆଦିବାସୀଙ୍କ ରଣହୁଙ୍କାର…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତଥା ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି। ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଏବଂ ସାବ୍ୟସ୍ତ କରିବା ଅନୁସୂଚିତ ଜନଜାତି ମାନଙ୍କର ସୁରକ୍ଷା ଦାବିପତ୍ର ରେ ଉଲ୍ଲେଖ ରହିଛି । ମାଲକାନଗିରି ଜିଲ୍ଲାରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ଵ ହେବ ୨୩୪ ଗୋଟି ଗ୍ରାମସଭାରୁ ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରଯାଇଛି । ଜିଲ୍ଲା ସ୍ତରୀୟ କମିଟି ନିକଟରେ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ପଟ୍ଟା ପ୍ରଦାନ କରାଯାଉନ ଥିବା ଅଭିଯୋଗ ହୋଇଛି। ୯୩ଟି ଗ୍ରାମସଭାର ଦାବି ଗତ ୧୮.୦୫.୨୦୨୩ ଏବଂ ୧୪୧ଟି ଗ୍ରାମ ସଭାର ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ଦାବି ଜିଲ୍ଲାସ୍ତରୀୟ କମିଟି ଦ୍ବାରା ଗତ ୨୩.୦୨.୨୦୨୪ ରିଖରେ ଅନୁମୋଦନ କରା ଯାଇଛି । କିନ୍ତୁ ପଟ୍ଟା ପ୍ରଦାନ କରିବା ପାଇଁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଇ ମାଲକାନଗିରି ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ମାନଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ କରାଯାଇଥିବା ଆଦିବାସୀ ମହାସଂଘ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ଦାବି ଗୁଡିକ ବିଳମ୍ବ ନ କରି ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ଏବଂ ଅନୁସୂଚିତ ଅଞ୍ଚଳରେ ସ୍ଵୟଂ ଶାସନ ତଥା ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେସା ଆଇନ, ୧୯୯୬ ପ୍ରଣୟନ କରାଯାଇଛି । ଓଡିଶା ସରକାର ଦ୍ବାରା ଯେଉଁ ଡ୍ରାଫ୍‌ଟ ନିୟମ କରାଯାଇଛି ତାହା ପେସା ଆଇନ ୧୯୯୬ର ମୂଳ ଭାବନାକୁ କ୍ଷୁଣ୍ଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଆଦିବାସୀ ମହାସଂଘ। ଏଣୁ ଡ୍ରାଫ୍‌ଟ୍ ନିୟମକୁ ବିରୋଧ କରି ପେଶା ଆଇନର ମଳ ଭାବନାକୁ ଗୁରୁତ୍ବ ଦିଆଯାଇ ଉଢ଼ିବାଦୀ ଗ୍ରାମସଭାର ନିଷ୍ପତ୍ତିକୁ ସର୍ବପରି ମନା ଯାଇଛି । ତେଣୁ ଏହି ମୂଳ ଭାବନାକୁ ଧ୍ୟାନରେ ରଖାଯାଇ ନୂଆ ନିୟମ ପ୍ରସ୍ତୁତ କରାଯାଇ ତୁରନ୍ତ ଅନୁସୂଚୀତ ଅଞ୍ଚଳରେ ଲାଗୁ କରାଯିବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.