କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ବାର୍ଷିକ ମହୋତ୍ସବ ଧୁମଧାମରେ ପାଳିତ…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ପଞ୍ଜୀକୃତ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ବରେ ମହା ସମାରୋହରେ ପାଳିତ ହୋଇଯାଇଛି l ସଭାପତି ଶ୍ରୀ ବେହେରା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୋମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ ଯେ ଆହ୍ଵାନକୁ ଆମେ ସହଜରେ ଗ୍ରହଣ କରିବା ପାଇଁ ରାଜି ନାହୁଁ l
ସେହି ପରି ସମ୍ମାନିତ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଶୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ କହିଥିଲେ ଯେ କନ୍ଧମାଳ ଜିଲ୍ଲା ହେଉଛି ଓଡିଶାର କେନ୍ଦ୍ରବିନ୍ଦୁ ଜୋ ପର୍ଯ୍ୟନ୍ତ କନ୍ଧମାଳର ବିକାଶ ନ ହୋଇଛି ସେ ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ହୋଇ ନାହିଁ ବୋଲି ଭାବିବାକୁ ହେବ l ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇ କହିଲେ ଯେ ବାସୀ ଖବରର ସମ୍ବାଦ ଶେଷ, ସଜ ଖବରର ଯୁଗ ଆରମ୍ଭ ଅର୍ଥାତ ବର୍ତ୍ତମାନ ଯୁଗ ହେଉଛି ଡିଜିଟାଲ ଯୁଗ ଅଳ୍ପ ସମୟ ମଧ୍ୟରେ ସମଗ୍ର ଜଗତର ବିସ୍ତାରିତ କରିଥାଏ ଖବର l ଗଣମାଧ୍ୟମ ହେଉଛି ଶାସକ ଓ ଶାସିତ ମଧ୍ୟରେ ସେତୁ l ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସାମ୍ବାଦିକ ମାନେ ଇଛୁକ ଓ ସତ୍ୟ ଉପରେ ଆଧାରିତ ଖବର କୁ ସମ୍ବାଦ ପତ୍ରରେ ସ୍ତାନ ଦେବା ପାଇଁ l ଏଥି ସହିତ ସାମ୍ବାଦିକ ମାନେ ସାମ୍ବାଦିକ ପରିଚୟ ପତ୍ର କୁ ଏଟିଏମ କାର୍ଡ ପରି ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ମହମ୍ମଦ୍ ନାଜି ରକତାର, ମହାଦେବ ସାହୁ, ରବି ଦାସଙ୍କ ସହ ସମସ୍ତ ସାମ୍ବାଦିକ ସଂଘର ସଭାପତି ଓ ସମ୍ପାଦକଙ୍କୁ ମଧ୍ଯ ଫୋରମ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l
ସମ୍ପାଦକ ଶିବ ବିଶ୍ଵାଳ ଫୋରମର ବାର୍ଷିକ ବିବରଣୀ ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମିଡିଆ ଫୋରମର ପ୍ରତିଷ୍ଠାତା ରାଧା ମୋହନ ମହାପାତ୍ର, ଉପଦେଷ୍ଠା ଗୋପାଳ କୃଷ୍ଣ ପଟ୍ଟନାୟକ, ଅଜିତ ମହାରଣା, ତ୍ରିନାଥ ସାହୁ, ଶିବାନନ୍ଦ ପଟ୍ଟନାୟକ, କର୍ମକର୍ତ୍ତା ସୁନୀଲ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୁନୀଲ ବିଶ୍ଵାଳ, ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ,କୋଷାଧ୍ଯକ୍ଷ ପ୍ରଶାନ୍ତ ପଣ୍ଡା, ସହ ସମ୍ପାଦକ ଶିବ ପ୍ରସାଦ ନାୟକ, ଆଇନ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା, ଫିଲି ମୋହନ ନାୟକ, ନାରାୟଣ ସାହୁଙ୍କ ସମେତ ଶତାଧିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.