ଦାରିଙ୍ଗବାଡିରେ ମେଘ ଉତ୍ସବ-୨୦୨୪ ଉଦଯାପିତ : ରାଜ୍ୟର ବହୁ ସୁନାମ ଧନ୍ୟ କବି ଲେଖକ ସମ୍ମାନିତ…

add-all


ବାଲିଗୁଡା,// ଫୁଲବାଣୀ :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଲ୍ୟାଣ ମଣ୍ଡପରେ ‘ମେଘ ଉତ୍ସବ-୨୦୨୪’ ଅନୁଷ୍ଠିତ ହୋଇଛି। ବନାନୀ ସାରସ୍ବତ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ପତିତପାବନ ଅଧ୍ଯକ୍ଷତା କରିଥିଲେ। ସମ୍ପାଦକ ବିଦେଶୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ପ୍ରଶାସନିକ ଅଧିକାରୀ ପୃଥୀରାଜ ମଣ୍ଡଳ ଯୋଗଦେଇଥିଲେ l ଅନ୍ୟତମ ଅତିଥି ରୂପେ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଗାଳ୍ପିକ ଡ. ରାଜେନ୍ଦ୍ର ବେହେରା, ଅଧ୍ୟାପିକା ଡ. ମମତା ପ୍ରିୟଦର୍ଶିନୀ, ପ୍ରାଧ୍ୟାପିକା ଡ. ନଳିନୀ ପାଣିଗ୍ରାହୀ, ନାଟ୍ୟକାର ତଥା କବି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଉପସ୍ଥିତ ଥିଲେ। ଦାରିଙ୍ଗବାଡି ର ପରିବେଶ ସର୍ବଦା କବି ଲେଖକଙ୍କୁ ଆନମନା କରିଥାଏ। ପର୍ଯ୍ୟଟକଙ୍କୁ ନିଜ ଆକର୍ଷଣରେ ବାନ୍ଧି ରଖେ ଦାରିଙ୍ଗବାଡି। ଦାରିଙ୍ଗବାଡିର ମେଘୁଆ ପରିବେଶରେ ମେଘ ଉତ୍ସବ ଅନନ୍ୟ ବୋଲି ଅତିଥିମାନେ ଦାରିଙ୍ଗବାଡିର ପ୍ରକୃତିକୁ ପ୍ରଶଂସା କରି କହିଥିଲେ। ଏହି ଅବସରରେ ବିଡିଓ ପାତ୍ରଙ୍କ ଶିଶୁ ସାହିତ୍ୟ ପୁସ୍ତକ ‘ଫୁଲ କଢ଼ି’ର ସମୀକ୍ଷା ଅଧ୍ୟାପିକା ଡ. ମମତା ପ୍ରିୟଦର୍ଶିନୀ ସାହୁ ସମୀକ୍ଷା କରିଥିବା ବେଳେ କବି ପତିତପାବନ ରାଉତଙ୍କ ପୁସ୍ତକ ଅନେକ ଖୋଜିଲା ପରେ’ ପ୍ରାଧ୍ୟାପକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଓ କବି ବିଦେଶୀ ନାୟକଙ୍କ କବିତା ‘ମୁଗ୍‌ଧ ଅନ୍ଧକାର’କୁ ପ୍ରାଧ୍ୟାପକ ଡ. ନଳିନୀ ପାଣିଗ୍ରାହୀ ସମୀକ୍ଷା କରିଥିଲେ। ବନାନୀ ସାରସ୍ବତ ସମ୍ମାନ ଫୁଲବାଣୀର ଆଇନଜୀବୀ ତଥା କବି ରବୀନ୍ଦ୍ରନାଥ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ବନାନୀ କବିତା ସମ୍ମାନ ବାଲେଶ୍ବରର ସୁରଞ୍ଜନ ପାତ୍ର, ଲୋକ ସାହିତ୍ୟ ସମ୍ମାନ ଗଞ୍ଜାମର ପ୍ରହଲ୍ଲାଦ ବେହେରା, ଭ୍ରମଣ ସାହିତ୍ୟ ସମ୍ମାନ ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ପ୍ରକାଶନ ସାହିତ୍ୟ ସମ୍ମାନ ପୁରୀର ଉମାକାନ୍ତ ମହାପାତ୍ର, ଆଲୋଚନା ସାହିତ୍ୟ ସମ୍ମାନ ସୁନ୍ଦରଗଡ଼ର ଡ. ମମତା ପ୍ରିୟଦର୍ଶିନୀ ସାହୁ,ସାହିତ୍ୟ ସଙ୍ଗଠକ ଭାବେ ନୟାଗଡ଼ର ଶେଖ ଅବଦୁଲ ଖାଲିକ, କଥା ସାହିତ୍ୟ ସମ୍ମାନ ଧ୍ରୁବ ଚରଣ ଘିବେଲା, ଶିଶୁ ସାହିତ୍ୟିକ ଅକ୍ଷୟ ମଲିକ, ସଂଯୋଜନା ସାହିତ୍ୟ ସମ୍ମାନ ଡ. ଗୀତାଶ୍ରୀ ପ୍ରିୟମ୍ବଦା ଏବଂ ଆଞ୍ଚଳିକ ଭାଷା ସାହିତ୍ୟ ସମ୍ମାନରେ ଗୋଛାପଡାର ମୋହନ ଦିଗାଲଙ୍କୁ ସମ୍ବନ୍ଧିତ କରାଯାଇଥିଲା। ସୁବାସ ମହାନ୍ତି, ବ୍ୟଙ୍ଗକବି ପ୍ରତାପ ସାହୁ, ନୀଳିମା ନନ୍ଦ, ଜ୍ୟୋତ୍ସ୍ନାମୟୀ ନାୟକ, ସଂଘମିତ୍ରା ସ୍ବାଇଁ, ଗୋପୀନାଥ ପରିଡ଼ା, ଦେବେନ୍ଦ୍ର ପରମ ଗୁରୁ, ବନବିହାରୀ ନନ୍ଦ, ପ୍ରସନ୍ନ ପଣ୍ଡା, ତୁମୁଡିବନ୍ଧ କଲେଜ ଅଧ୍ଯକ୍ଷ ବିଶ୍ୱେଶ୍ବର ଆଚାର୍ଯ୍ୟ, ଅଭିମନ୍ୟୁ ରାୟଗୁରୁ, ରବୀନ୍ଦ୍ର ରଥ ପ୍ରମୁଖ ପଠିତ କବିତାଗୁଡିକର ସମୀକ୍ଷା କରିଥିଲେ l

ad-week
Leave A Reply

Your email address will not be published.